Indus Valley Times

ଜନ୍ମ କଲା ଝିଅକୁ ହତ୍ୟା : ମା’ ଓ ସାବତ ବାପାଙ୍କୁ ଆଜୀବନ କାରାଦଣ୍ଡ

 Breaking News

ଜନ୍ମ କଲା ଝିଅକୁ ହତ୍ୟା : ମା’ ଓ ସାବତ ବାପାଙ୍କୁ ଆଜୀବନ କାରାଦଣ୍ଡ

ଜନ୍ମ କଲା ଝିଅକୁ ହତ୍ୟା : ମା’ ଓ ସାବତ ବାପାଙ୍କୁ ଆଜୀବନ କାରାଦଣ୍ଡ
May 25
16:36 2023

ବାଲେଶ୍ଵର,୨୫/୫: ଜନ୍ମକଲା ଝିଅକୁ ହତ୍ୟା ଅଭିଯୋଗରେ ମାଆ ସହ ଦ୍ଵିତୀୟ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ। ଏହି ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜଜ୍ ବିଶ୍ୱଜିତ୍ ଦାସ। ଦୋଷୀ ସାବ୍ୟସ୍ତ ହୋଇଥିବା ବେବି ବିୱି ସହ ଏସ୍ କେ ଅବଦୁଲ ରହିମକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।
ବେବି ବିୱି ନିଜ ଦ୍ଵିତୀୟ ସ୍ବାମୀ ସହ ମିଶି ପ୍ରଥମ ସ୍ବାମୀର ପାଖରୁ ଜନ୍ମ ହୋଇଥିବା ୧୩ ବର୍ଷର ନାବାଳିକା ଝିଅକୁ ହତ୍ୟା କରିଥିଲା। ଗତ ବର୍ଷ ଜୁନ୍ ୨୨ ତାରିଖରେ ବାଲେଶ୍ଵର ଟାଉନ୍ ଥାନାରେ ମୃତ ନାବାଳିକାଙ୍କ ପିତା ସେକ କୁତୁବୁଦ୍ଦିନ ଅଭିଯୋଗ ଆଣିଥିଲେ। ଏହି ମକଦ୍ଦମାରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031