Indus Valley Times

ଜବତ ହେଲା ୩୨୦ କେଜି ଗଞ୍ଜେଇ ଜବତ : ପିକ୍‌ଅପ ଭ୍ୟାନ ସହ ଡ୍ରାଇଭରକୁ ଗିରଫ କଲା ପୁଲିସ

 Breaking News

ଜବତ ହେଲା ୩୨୦ କେଜି ଗଞ୍ଜେଇ ଜବତ : ପିକ୍‌ଅପ ଭ୍ୟାନ ସହ ଡ୍ରାଇଭରକୁ ଗିରଫ କଲା ପୁଲିସ

September 10
17:12 2021

ଭଞ୍ଜନଗର ୧୦/୯ : ଜବତ ହେଲା ୩୨୦ କେଜି ଗଞ୍ଜେଇ ଜବତ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ପୋଲିସର ବଡ଼ଗଡ଼-ମୋହନା ରାସ୍ତା ଡାଳଖାଇ ନିକଟରେ ଗଞ୍ଜେଇ ଜବତ ହୋଇଛି । ଏହି ରାସ୍ତାରେ ବ୍ଲକିଂ କରୁଥିବାବେଳେ ମୋହନା ରାସ୍ତାରୁ ଆସୁଥିବା ଏକ ପିକଅପ୍ ଭ୍ୟାନକୁ ଅଟକାଇ ଚେକିଂ କଲାବେଳେ ୧୨ଟି ପ୍ୟାକେଟରୁ ୩୨୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ପିକଅପ୍ ଭ୍ୟାନ୍ ସହ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।
ଗିରଫ ଜଣଙ୍କ ହେଲେ ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କେଡିପଦର ଗ୍ରାମର ଥୋମାସ ପୂଜାରୀ । ଜବତ ଭ୍ୟାନଟି ଆନ୍ଧ୍ରପ୍ରଦେଶ ଅଞ୍ଚଳର ରେଜିଷ୍ଟ୍ରେସନ ନମ୍ବର ଥିବାବେଳେ ଗଜପତି ଜିଲ୍ଲା ମୋହନା ଅଂଚଳରୁ ଗଞ୍ଜାମ ଜିଲ୍ଲାକୁ ଚାଲାଣ ହେଉଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଜବତ ଗଂଜେଇ ୧୨ଟି ପ୍ୟାକେଟ୍ ୩୨୦ କେଜି ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ବୋଲି ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031