Legatus

ଜମିବାଡିକୁ କେନ୍ଦ୍ର କରି କାକା ବିଭିଷଣ ସ୍ୱାଇଁ ହତ୍ୟା ମାମଲା: ଅଭିଯୁକ୍ତ ଦୁଇ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ ଓ ଭାଇ ଓ ଭଣଜାକୁ ନିର୍ଦ୍ଦୋଷର ଖଲାସ

 Breaking News

ଜମିବାଡିକୁ କେନ୍ଦ୍ର କରି କାକା ବିଭିଷଣ ସ୍ୱାଇଁ ହତ୍ୟା ମାମଲା: ଅଭିଯୁକ୍ତ ଦୁଇ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ ଓ ଭାଇ ଓ ଭଣଜାକୁ ନିର୍ଦ୍ଦୋଷର ଖଲାସ

ଜମିବାଡିକୁ କେନ୍ଦ୍ର କରି କାକା ବିଭିଷଣ ସ୍ୱାଇଁ ହତ୍ୟା ମାମଲା: ଅଭିଯୁକ୍ତ ଦୁଇ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ ଓ ଭାଇ ଓ ଭଣଜାକୁ ନିର୍ଦ୍ଦୋଷର ଖଲାସ
May 16
18:46 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୫: ବୌଦ୍ଧ ଜିଲ୍ଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ସୋମବାର ଦିନ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଥିବା ବେଳେ ଦୁଇଜଣକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ପୁରୁଣାକଟକ ଥାନା ଅନ୍ତର୍ଗତ ଜିରାଡ ଗ୍ରାମର ଆନନ୍ଦ ସ୍ୱାଇଁ ଓ ବିଭିଷଣ ସ୍ୱାଇଁ ଦୁଇ ଭାଇ ଅଟନ୍ତି ।
ଜମିବାଡିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହତ୍ୟାକାଣ୍ଡ ଘଟଣାର ତିନିଦିନ ପୁର୍ବରୁ ଗଣ୍ଡଗୋଳ ଲାଗିରହିଥିଲା । ଜମିବାଡିକୁ କେନ୍ଦ୍ର କରି ଆନନ୍ଦର ଦୁଇ ପୁଅ ଅଚ୍ୟୁତ ସ୍ୱାଇଁ ଓ ବାବୁଲା ସ୍ୱାଇଁ କାକା ବିଭିଷଣର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ । ଗତ ୭.୭.୧୮ରେ ବାବୁଲାର ମାମୁଁ ପୁଅ ଭାଇ ବୌଦ୍ଧ ଥାନା ସରସରା ଗ୍ରାମର ପ୍ରଫୁଲ ସ୍ୱାଇଁ ଜିରାଡ ଗ୍ରାମକୁ ଆସି ବିଭିଷଣକୁ ଏକ ମୋଟର ସାଇକେଲରେ ବସାଇ ବାବୁଲା ଘରକୁ ନେଇଥିଲା । ସମସ୍ତେ ବାବୁଲା ଘରେ ମିଶି ମଦ ମାଂସ ଖାଇବା ପରେ ଝଗଡା ହୋଇଥିଲା । ଝଗଡା ସମୟରେ ବିଭିଷଣ ପ୍ରଥମେ ଏକ ଲୁହାରେ ବାବୁଲାର ମୁଣ୍ଡକୁ ଆକ୍ରମଣ କରିଥିଲା ।
ଏହାପରେ ସମସ୍ତ ଅଭିଯୁକ୍ତ ଆନନ୍ଦ ସ୍ୱାଇଁ, ପ୍ରଫୁଲ ସ୍ୱାଇଁ , ବାବୁଲା ସ୍ୱାଇଁ ଓ ଅଚ୍ୟୁତ ସ୍ୱାଇଁ ବିଭିଷଣକୁ ଧରି ପକାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଅଚ୍ୟୁତ ସ୍ୱାଇଁ ଏକ ଟାଙ୍ଗିଆରେ କାକା ବିଭିଷଣର ମୁଣ୍ଡକୁ ହାଣି ଦେଇଥିଲା । ଅନ୍ୟ ଅଭିଯୁକ୍ତ ମଧ୍ୟ ବିଭିଷଣକୁ ଲଙ୍ଗଳ ଲୁହାରେ ମାଡ ମାରିଥିବା ଫଳରେ ବିଭିଷଣ ରକ୍ତ ଜୁଡୂ ବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲା ।
ଏହିଘଟଣା ଦେଖି ବିଭିଷଣର ସ୍ତ୍ରୀ ରୁନୁ ସ୍ୱାଇଁ ଓ ଝିଅ ଲକ୍ଷ୍ମୀ ସ୍ୱାଇଁ ଉଦ୍ଧାର କରିବାକୁ ଆସିଥିବା ବେଳେ ଲକ୍ଷ୍ମୀଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି । ପରେ ପରିବାର ଲୋକ ୧୦୮ ଆମ୍ବୁଲାନସ ଯୋଗେ ଗୁରୁତର ଆହତ ବିଭିଷଣକୁ ବୌଦ୍ଧ ମେଡିକାଲୁ ଚିକତ୍ସା ପାଇ ନେଇଥିବା ବେଳେ ସେଠାରେ ତାର ମୃତ୍ୟୁ ହୋଇଯାଇଥିଲା । ଏନେଇ ଉକ୍ତ ଦିନ ବିଭିଷଣର ସ୍ତ୍ରୀ ରୁନୁ ସ୍ୱାଇଁ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଥିେଇ ।
ଅଭିଯୋଗ ପରେ ପୁରୁଣାକଟକ ଥାନା ପକ୍ଷରୁ ଥାନା କେସ ନଂ ୭୧/୧୮ରେ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରଫୁଲ ସ୍ୱାଇଁ (୫୫). ଆନନ୍ଦ ସ୍ୱାଇଁ ( ୭୮) ଅଚ୍ୟୁତ ସ୍ୱାଇଁ (୩୫) ଓ ବାବୁଲା ସ୍ୱାଇଁ ( ୩୭) କୁ ଗତ ୯.୭.୨୦୧୮ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । । ପରବର୍ତ୍ତୀ ସମୟରେ ଏହି ମାମଲାଟି ଜିଲ୍ଲା ଦୌରାଜଜଙ୍କ ଅଦାଲତରେ (ଏସଟି ୮୫/୧୮ ) ରେ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୨୩ ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ପ୍ରମାଣ ଥିବା ନେଇ ଅଦାଲତ ଅଭିଯୁକ୍ତ ଦୁଇ ପୁତୁରା ଅଚ୍ୟୁତ ସ୍ୱାଇଁ ଓ ବାବୁଲା ସ୍ୱାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଥିବା ବେଳେ ଜରିମାନା ଅନାଦୟ ହେଲେ ଅଧିକ ଛଅମାସ କାରାଦଣ୍ଡାଦେଶ ବୋଲି ରାୟରେ ପ୍ରକାଶ କରିଛନ୍ତି । ଭାଇ ଆନନ୍ଦ ସ୍ୱାଇଁ ଓ ଭଣଜା ପ୍ରଫୁଲ ସ୍ୱାଇଁଙ୍କୁ ପ୍ରମାଣ ଅଭାବରୁ ନିଦ୍ଦୋର୍ଷରେ ଖଲାସକରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ ।
ଖରଭୂଇଁ ପଥର କୂଆଁରି ମାମଲା ହରଭଙ୍ଗା ତହସିଲଦାରଙ୍କୁ ସିଆର ରିପୋର୍ଟ ତଲବ
ବୌଦ୍ଧ,୧୬/୫ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଖରଭୂଇଁ ଗ୍ରାମରେ ପଥର କୂଆଁରୀ ଓ କ୍ରସର ଆନ୍ଦୋଳନ ଥମିନଥିବା ବେଳେ ଦୀର୍ଘ ସାତ ମାସରୁ ଉର୍ଦ୍ଧ୍ୱ ଧରି କ୍ରସର ଓ କୂଆଁରୀକୁ ବିରୋଧ କରି ଗ୍ରାମବାସୀମାନେ ଏଯାବତ ଧାରଣାରେ ବସିଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କତୃପକ୍ଷ (ସିଆ) ଗତ ୧୦.୫.୨୩ ପତ୍ର ସଂଖ୍ୟା ୫୬୮୩ରେ ଜବାବ ତଲବ କରିଛନ୍ତି ।
ବିନା ଇସି ଟ୍ରାନ୍ସଫର ଓ ସିଟିଓ ମିଳିନଥିବା ବେଳେ ଖରଭୂଇଁ ଜଙ୍ଗଲ-୨ ଓ ଜଙ୍ଗଲ-୩ କୂଆଁରୀରୁ ଅତ୍ୟାଧିକ ପରିମାଣରେ ପଥର ଉତ୍ତଳନ ହୋଇଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ତୁରନ୍ତ ତଦନ୍ତ କରି ଆଇନ ଅନୁଯାଇ ପଦକ୍ଷେପ ଗ୍ରହଣ କରିବା ପାଇଁ ହରଭଙ୍ଗା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇ ଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31