Indus Valley Times

ଜମ୍ମୁ କଶ୍ମୀର:ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଅଜ୍ଞାତ ଆତଙ୍କବାଦୀ ନିହତ

 Breaking News

ଜମ୍ମୁ କଶ୍ମୀର:ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଅଜ୍ଞାତ ଆତଙ୍କବାଦୀ ନିହତ

March 22
09:45 2021

ଶୋପିଆ, ୨୨/୩ : ଗତ ଶନିବାର ବିଳମ୍ବିତ ରାତିରେ ଭାରତୀୟ ସୀମାଭିତରକୁ ପ୍ରବେଶ କରୁଥିବା ସମୟରେ ସେନାର ଯବାନମାନେ ଜଣେ ସନ୍ଦିଗ୍ଧକୁ ଗିରଫ କରିଥିଲେ । ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି । ପୋଲିସ ନିହତ ଆତଙ୍କବାଦୀଙ୍କ ପରିଚୟ ଖୋଜୁଛି ।
କଶ୍ମୀର ଜୋନ୍ ପୋଲିସ କହିଛି ଯେ, ଶୋପିଆ ଜିଲ୍ଲାର ମୁନିହାଲ ଅଂଚଳର ରେ ସୁରକ୍ଷା ବାହିନୀର ଯବାନମାନେ ୨ ଜଣ ଅଜ୍ଞାତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ନିହତ କରିଛନ୍ତି । ସୁରକ୍ଷା ବାହିନୀ ଘଟଣା ସ୍ଥଳରୁ ବନ୍ଧୁକ, ଗୁଳି ଓ ଅନ୍ୟ ଜିନିଷ ଜବତ କରିଛି ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ଅତର୍କିତ ଭାବେ ମୁନିହାଲ ଅଂଚଳରେ ପହଂଚିଥିଲା । ଆତଙ୍କବାଦୀମାନେ ଆକ୍ରମଣ କରିବା ପୂର୍ବରୁ ସେନାର ଯବାନମାନେ ଗୁଳି ବର୍ଷା କରିଥିଲେ ।

ସେ ଅଞ୍ଚଳରେ ଆହୁରି କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଛି। ତେଣୁ, ସେମାନଙ୍କୁ ବାହାର କରିବା ଲାଗି ବ୍ୟାପକ ତଲାସ ଓ ‘କମ୍ବିଙ୍ଗ୍ ଅପରେସନ୍‌’ ଚାଲିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031