Indus Valley Times

ଜଳିଗଲା ୨୮ ବଖରା, ୧୪ ପରିବାର ସର୍ବସ୍ବାନ୍ତ

 Breaking News

ଜଳିଗଲା ୨୮ ବଖରା, ୧୪ ପରିବାର ସର୍ବସ୍ବାନ୍ତ

ଜଳିଗଲା ୨୮ ବଖରା, ୧୪ ପରିବାର ସର୍ବସ୍ବାନ୍ତ
March 12
18:09 2023

ଗଞ୍ଜାମ,୧୨/୩ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବ୍ରାହ୍ମଣଦେଇ ଗାଁରେ ନିଆଁ ଲାଗି ୧୧ଟି ପରିବାରର ୩୦ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଯାଇଛି।
ସୁଚନ ମୁତାବକ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିବା ଘର ଗୁଡ଼ିକ ମଧ୍ୟରୁ ଅନେକରେ କେହି ନଥିଲେ। କିଏ ଚାଷ ଜମିକୁ କାମ କରିବାକୁ ଯାଇଥିଲେ ତ ଆଉ କିଏ ଅନ୍ୟ କାମରେ। ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିଥିଲା। ଆଉ ଆଖି ପିଛୁଳାକେ ନିଆଁ ଗୋଟିଏ ଘରୁ ଅନ୍ୟ ଘରକୁ ବ୍ୟାପୀ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୩୦ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ଜିନିଷ ସବୁ ପୋଡ଼ି ଯାଇଛି।
ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଏହାକୁ ଲିଭାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ନିଆଁ ଆୟତ୍ତ ନ ହେବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯେଉଁମାନଙ୍କ ଘର ଓ ସମସ୍ତ ଜିନିଷପତ୍ର ପୋଡ଼ି ଯାଇଛି, ସେମାନଙ୍କୁ ତୁରନ୍ତ ସରକାର ସହାୟତା ଯୋଗାଇ ଦିଅନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି।
ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ଅଚାନକ ନିଆଁ ଲାଗିଥିଲା। ସେ ସମୟରେ ଅନେକ ଘରେ କେହି ନଥିଲେ। କିଏ ଜମିରେ ପାଣି ମଡ଼େଇବାକୁ ଯାଇଥିଲା ତ ଆଉ କିଏ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ନିଆଁ ଲାଗି ଘର ଗୁଡ଼ିକ ପାଉଁଶ ହୋଇଯାଇଛି। ସମସ୍ତଙ୍କର ସବୁ ଜିନିଷ ପୋଡ଼ି ଯାଇଛି। ପିନ୍ଧିବାକୁ କପଡ଼ା ସୁଦ୍ଧା ଆଉ ନାହିଁ। ସରକାର ଆମକୁ ସାହାଯ୍ୟ କଲେ ଆମେ ଉପକୃତ ହେବୁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031