Legatus

ଜଳୁଛି ରାଜଧାନୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଟପିଲା ଭୁବନେଶ୍ବର ତାତି

 Breaking News

ଜଳୁଛି ରାଜଧାନୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଟପିଲା ଭୁବନେଶ୍ବର ତାତି

ଜଳୁଛି ରାଜଧାନୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଟପିଲା ଭୁବନେଶ୍ବର ତାତି
April 28
17:40 2024

ଭୁବନେଶ୍ୱର ,୨୮/୪: ସାରା ରାଜ୍ୟକୁ କଲବଲ କରିବାରେ ଲାଗିଛି ପ୍ରଚଣ୍ଡ ଖରା। ଶନିବାର ଭଳି ରବିବାର ମଧ୍ୟ ସମଗ୍ର ରାଜ୍ୟ ଅନୁଭୂତ ହୋଇଛି ଗ୍ରୀଷ୍ମ ପ୍ରବାହ। ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି।
୪୩.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଗତକାଲି ଭୁବନେଶ୍ୱର ତାପମାତ୍ରା ରେକର୍ଡ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି।
ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲେ ହେଁ ବାୟୁମଣ୍ଡଳରେ ପ୍ରବଳ ଆର୍ଦତା ରହିଛି। ତେଣୁ ଲୋକମାନେ ପ୍ରବଳ ଗରମ ଅନୁଭବ କରୁଛନ୍ତି। ଭୁବନେଶ୍ୱର ପଛକୁ କେନ୍ଦୁଝରରେ ପାରଦ ୪୨.୭ପ୍ସ, ଚାନ୍ଦବାଲିରେ ୪୨.୨ ପ୍ସ, ବାଲେଶ୍ୱରରେ ୪୧.୪ପ୍ସ, ରାଉରକେଲାରେ ୪୦.୬ପ୍ସ, ଝାରସୁଗୁଡ଼ାରେ ୩୯.୯ପ୍ସ, ସମ୍ବଲପୁରରେ ୩୯.୪ପ୍ସ, ହୀରାକୁଦରେ ୩୭.୮ପ୍ସ, ପୁରୀରେ ୩୪.୯ ପ୍ସ, ଗୋପାଳପୁରରେ ୩୪.୨ପ୍ସ ଓ ପାରାଦୀପରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ତାତି ଓ ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ। ସାମୁଦ୍ରିକ ବାୟୁର ପ୍ରବାହ ଯୋଗୁ ୨ରୁ ୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ କମିପାରେ। ତେବେ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନି। ଦିନ ସାଢ଼େ ୧୧ ପର‌୍ୟ୍ୟନ୍ତ ଗୁଳୁଗୁଳି ଅଧିକ ରହିବ। ଏହାପରେ ତାତି ବଢ଼ିବ ବୋଲି ସେ ଆକଳନ କରିଛନ୍ତି।
ସେହିପରି ଏପ୍ରିଲ ଓ ମେ’ ମାସରେ ବଡ଼ ବର୍ଷା କିମ୍ବା କାଳବୈଶାଖୀର ସମ୍ଭାବନା ନାହିଁ। ତେଣୁ ତାପମାତ୍ରା ହ୍ରାସ ପାଇବାର କୌଣସି ଆଶା ନାହିଁ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31