Indus Valley Times

ଜଳ ଉତ୍ସ ସଂକ୍ରମଣ ଯୋଗୁ କାଶୀପୁର ଅଞ୍ଚଳରେ ହଇଜା ବ୍ୟାପିଛି, ସ୍ଥିତି ନିୟନ୍ତ୍ରଣରେ ଅଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 Breaking News

ଜଳ ଉତ୍ସ ସଂକ୍ରମଣ ଯୋଗୁ କାଶୀପୁର ଅଞ୍ଚଳରେ ହଇଜା ବ୍ୟାପିଛି, ସ୍ଥିତି ନିୟନ୍ତ୍ରଣରେ ଅଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଜଳ ଉତ୍ସ ସଂକ୍ରମଣ ଯୋଗୁ କାଶୀପୁର ଅଞ୍ଚଳରେ ହଇଜା ବ୍ୟାପିଛି, ସ୍ଥିତି ନିୟନ୍ତ୍ରଣରେ ଅଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
July 20
16:02 2022

ଭୁବନେଶ୍ୱର,୨୦/୭: ଦୂଷିତ ଝରଣା ପାଣି ହିଁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ । ସେଠାରେ ଭିବ୍ରିଓ କଲେରା ବିଜାଣୁ ଠାବ ହୋଇଥିବା ବେଳେ ଏହାର ମୂଳ ସଂକ୍ରମଣ ପାଣି ଉତ୍ସରୁ ହିଁ ଆରମ୍ଭ ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତି ଯୋଗୁ ଏଯାଏ ୭ ଜଣ ଆଖି ବୁଜି ସାରିଥିବା ବେଳେ ୧୦୪ ଜଣ ଆକ୍ରାନ୍ତ ହୋଇ ସାରିଲେଣି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ସାଧାରଣତଃ ଝରଣାରୁ ପାଣି ସଂଗ୍ରହ କରି ବ୍ୟବହାର କରନ୍ତି।
ପାଣି ଉତ୍ସ ସମସ୍ତଙ୍କ ପାଇଁ ସମାନ ଥିବାରୁ ସଂକ୍ରମଣ ସହଜରେ ଆଖପାଖ ସ୍ଥାନକୁ ସଂକ୍ରମିତ ହୋଇଛି । ତେଣୁ ପ୍ରଥମେ ଏହି ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସ୍ୱାସ୍ଥ୍ୟ ବିଭାଗ ଟିମ୍ଙ୍କୁ ସେଠାରେ ନିୟୋଜିତ କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ରାୟଗଡ଼ା ଓ କୋରାପୁଟର ସ୍ୱାସ୍ଥ୍ୟ ବିଭାଗ ଟିମ୍ କାଶୀପୁରରେ ଡେରା ପକାଇ ଅଛନ୍ତି। ସେଠାରେ ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି। ବିଶୋଧନ କାର‌୍ୟ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଭୟଭୀତ ହେବାର କିଛି ନାହିଁ ପାନୀୟ ଜଳ ସଂକ୍ରମିତ ହୋଇଥିବାରୁ ତାହାକୁ ବିଶୁଦ୍ଧ କରାଯିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଡା. ମହାପାତ୍ର ।
କାଶୀପୁରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ରାୟଗଡ଼ାର ବିଭିନ୍ନ ମେଡିକାଲରେ ୫୪ ଝାଡ଼ାବାନ୍ତି ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ୪୮ ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା କରାଯିବା ସହ ସ୍ଥିତି ଅନୁଧ୍ୟାନ କରାଯାଉଛି ।
ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଡଙ୍ଗାସିଲ ଓ ମାଣ୍ଡିବିଶି ଗାଁରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଗାଁକୁ ଗାଁ ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ମେଡ଼ିକାଲ୍ ଟିମ୍ ବି ମୁତୟନ ହୋଇଛନ୍ତି । ଉତ୍କଳ ଆଲୁମିନା ହସ୍ପିଟାଲରେ ୫୦ଟି ବେଡକୁ ନେଇ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି ।
ଏହାବାଦ ସମସ୍ତ ଜଳ ଉତ୍ସ ଗୁଡ଼ିକୁ ବିଶୋଧନ ସହ ଲୋକଙ୍କୁ ବିଶୋଧିତ ପାନୀୟ ଜଳ ଯୋଗାଇ ଦିଆଯାଉଥିବା କହିଛି ଜିଲ୍ଲା ପ୍ରଶାସନ । ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା ପାଇଁ କଲେରା ପ୍ରୋଟୋକଲ୍ ଅନୁସାରେ, ପ୍ରତିକାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031