Indus Valley Times

ଜ଼ିଲ୍ଲା ନାଗରିକ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ଅଭାବ, ଅସୁବିଧା ଓ ସମସ୍ୟା ନେଇ ସାଂସଦଙ୍କୁ ଦାବୀ ପତ୍ର ପ୍ରଦାନ

 Breaking News

ଜ଼ିଲ୍ଲା ନାଗରିକ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ଅଭାବ, ଅସୁବିଧା ଓ ସମସ୍ୟା ନେଇ ସାଂସଦଙ୍କୁ ଦାବୀ ପତ୍ର ପ୍ରଦାନ

ଜ଼ିଲ୍ଲା ନାଗରିକ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ଅଭାବ, ଅସୁବିଧା ଓ ସମସ୍ୟା ନେଇ ସାଂସଦଙ୍କୁ ଦାବୀ ପତ୍ର ପ୍ରଦାନ
February 18
19:53 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ତା, ୧୮/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜକୁ ଦୀର୍ଘଦିନ ହେଲା ବିଭିନ୍ନ ପ୍ରକାର ଅଭାବ, ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରୁଛି ।
ସେଥି ମଧ୍ୟରେ ୱାର୍ଡ ନଂ. ୨, ୫, ୬, ୭ ରେ ମଶାଣୀ ଜମି ଚି଼ହ୍ନଟ ହୋଇ ନଥିବାରୁ ଦିନ କୁ ଦିନ ଜମି ମାଫିଆ ଜମି ଦଖଲ କରୁଥିବା ରୁ ମଶାଣୀ ଜମି ସଂକୁଚିତ ହେବାରେ ଲାଗିଛି । ମଶାଣୀ ଘରେ ଆଲୋକ, ପାଣି ଭଳି ବିଭିନ୍ନ ପ୍ରକାର ଅନୁସାଙ୍ଗିକ ବ୍ୟବସ୍ଥା ନ ଥିବାରୁ ୱାର୍ଡବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।
ସେହିଭଳି ବାଲିଗୁଡାର ବାସିନ୍ଦା ପୁରୁଷାନୁକ୍ରମେ ପାରମ୍ପରିକ ଚାଷ କରି ଆସୁଥିଲେ ମଧ୍ୟ ପ୍ରଶାସନର ଶିଥିଳତା ଯୋଗୁଁ ବହୁ ଲୋକେ ଜଙ୍ଗଲ ଜମି ପଟ୍ଟା ପାଇବା ରେ ବିଳମ୍ବ ହେଉଛି ।
ଉଚ୍ଚ ନ୍ୟାୟଳୟ ଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟ ଲୋକ ଙ୍କୁ ଅଦ୍ୟାବଧି ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆଯାଇ ନାହିଁ ।
ତୁରନ୍ତ ବାଲିଗୁଡା ର ବିଭିନ୍ନ ୱାର୍ଡ ରେ ମଶାଣୀ ଜମି ଚି଼ହ୍ନଟ ସହ ଆନୁସାଙ୍ଗିକ ବ୍ୟବସ୍ଥା କରିବା ଓ ଲୋକ ଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବାକୁ ଜ଼ିଲ୍ଲା ନାଗରିକ କମିଟି ର ବାଲିଗୁଡା ବ୍ଲକ ସଂଯୋଜକ ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି ।
ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ: ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ
ବାଲିଗୁଡା , ୧୮/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମିତିର ସମ୍ପାଦକ ଶିବରାମ ପ୍ରଧାନୀ ଙ୍କ ନେତୃତ୍ୱରେ ଶନିବାର ଠାରୁ ଆରମ୍ଭ ହୋଇଛି ।
ଏହି ଅବସରରେ ରୀତିନୀତି ଅନୁଯାଇ ନିୟମିତ ପୂଜାର୍ଚନା ଚାଲୁ ରହିଛି । ମଙ୍ଗଳବାର ସକାଳ ୯ ଘଣ୍ଟରୁ ନାମଯଜ୍ଞ ଆରମ୍ଭ ହୋଇଛି ।
ଅପରାହ୍ନରେ ଦେବତା ମହାସ୍ନାନ, ମଧ୍ୟ ରାତ୍ରୀରେ ଦେବତା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଏଥିରେ ପୁରୋହିତ ଭାବେ ପିତାମ୍ବର ରଥ, ପୂର୍ଣ୍ଣ ଚନ୍ଦ୍ର ଶତପଥି, ରାମକୃଷ୍ଣ ଆଚାର୍ଯ୍ୟ, ନୀଳାଚଳ ମିଶ୍ର ଓ ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ ।
କର୍ତ୍ତା ଭାବେ ଲୋକନାଥ ପାଢ଼ୀ, ମଦନ ମୋହନ ପାଢ଼ୀ ଓ ପ୍ରମୋଦ କୁମାର ସାହୁ (ମୁନା) ନିଜ ନିଜର କାର‌୍ୟ୍ୟ ସମ୍ପାଦନା କରିଥିଲେ ।
ଏହି ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
୧୯ ତାରିଖ ବୁଧବାର ଦିନ ସକାଳ ୯ ଘଣ୍ଟ ରୁ କର୍ମାରମ୍ଭ, ଦେବତା ନଗର ଭ୍ରମଣ, ଶୁଭଲଗ୍ନରେ ଦେବତା ସିଂହାସନ ଆରୋହଣ, ଘୃତଯଜ୍ଞ ପୂର୍ଣ୍ଣାହୁତି ଏବଂ ନାମଯଜ୍ଞ ପୂର୍ଣାହୁତି, ନଗର କିର୍ତ୍ତନ ସହ ଦ୍ୱିତୀୟ ଦିନ ପାଇଁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଏଣୁ ଅଞ୍ଚଳବାସୀ ଉକ୍ତ ଧର୍ମୀୟ କାର୍ଯ୍ୟକ୍ରମରେ ତନ, ମନ, ଧନ ପ୍ରଦାନ ପୂର୍ବକ ଭକ୍ତି କୃପା ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
ମା ‘ପାଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀପତ୍ର ଦେଲେ କିରିକୁଟି ଗ୍ରାମବାସୀ
ବାଲିଗୁଡା, ୧୮/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଙ୍କ ମନ୍ଦିର ଆଜି ବି ଅବହେଳିତ ଅବସ୍ଥାରେ ରହିଛି ।
ଏନେଇ କିରିକୁଟି ଗ୍ରାମବାସୀ ପୂର୍ବ ସରକାର ଅମଳ ରେ ବହୁବାର ଦାବୀ ସ୍ୱତ୍ତେ କୌଣସି କାର୍ଯ୍ୟ ହୋଇ ପାରି ନ ଥିଲା ।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ କିରିକୁଟି ଗ୍ରାମ ର ଶ୍ରୀଚନ୍ଦ୍ର ଦଣ୍ଡସେନାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ବାଲିଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି କନ୍ଧମାଳ ର ମାନ୍ୟବର ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଭେଟି ପାଟ୍ଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ଏକ ଦାବୀ ପତ୍ର ପ୍ରଦାନ କରିଥିବା ଜଣାପଡିଛି । ମାନ୍ୟବର କନ୍ଧମାଳ ସାଂସଦ ମଧ୍ୟ ପ୍ରତିଶୃତି ଦେଇଛନ୍ତି ଯେ, ଲୋକଙ୍କ ସରକାର ମୋହନ ସରକାର ଙ୍କ ଉପରେ ଗ୍ରାମବାସୀ ଙ୍କ ଭରସା ରହିଛି । ଏଣୁ ଗ୍ରାମବାସୀ ଙ୍କ ଦାବୀ ଖୁବ ଶିଘ୍ର ପୂରଣ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031