Indus Valley Times

ଜାଡ଼ରେ ଥରୁଛି ଓଡ଼ିଶା, ଆଉ ଦୁଇ ଦିନ ଲାଗି ରହିବ ଶୀତ ଲହରୀ

 Breaking News

ଜାଡ଼ରେ ଥରୁଛି ଓଡ଼ିଶା, ଆଉ ଦୁଇ ଦିନ ଲାଗି ରହିବ ଶୀତ ଲହରୀ

ଜାଡ଼ରେ ଥରୁଛି ଓଡ଼ିଶା, ଆଉ ଦୁଇ ଦିନ ଲାଗି ରହିବ ଶୀତ ଲହରୀ
January 15
11:45 2026

ଭୁବନେଶ୍ୱର, ୧୫/୧ : ଶୀତରେ ଥରୁଛି ସାରା ଓଡିଶା । ଆହୁରୀ ଦୁଇଦିନ ଥରାଇବ ହାଡଭଙ୍ଗା ଶୀତ । ୩ ଦିନ ଯାଏ ୧୩ ଜିଲ୍ଲାରେ କୁହୁଡ଼ି ସମ୍ଭାବନା । ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁପ୍ରବାହ ବଢ଼ିଛି ।
ଏହା ଆହୁରି ଶକ୍ତିଶାଳୀ ହେଉଛି । ଏହା ପ୍ରଭାବରେ ୧୭ ତାରିଖ ଯାଏ ପୂରା ରାଜ୍ୟକୁ ଥରାଇବ ଶୀତ । କିନ୍ତୁ ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ପାଗ ମେଘୁଆ ରହିବ । ଏହା ତାପମାତ୍ରା ବଢ଼ାଇବା ସହ ଶୀତ କମିଯିବ ।ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।
ଗୁରୁବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଫୁଲବାଣୀରେ ୬, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରହିପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ ।
ଶୁକ୍ରବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଖାଇଛି ।ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ଅଛି । ଏଥିପାଇଁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢ଼ିଛି । ଜଳୀୟବାଷ୍ପର ପରିମାଣ ବି କମିଛି ।
ଏହାଫଳରେ ଶୀତର ପ୍ରକୋପ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଜି ଉଦୟଗିରିରେ ରାତି ତାପମାତ୍ରା ପୁଣି ଥରେ ୪ ଡିଗ୍ରୀ ତଳକୁ ଖସିଛି ।
ଏହା ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୫.୭ ଡିଗ୍ରୀ ଖସିଯାଇଛି । ଏଠାରେ ପାରଦ ୬.୪ ଡିଗ୍ରୀ ରହିଛି । ଅନୁଗୁଳରେ ସ୍ୱାଭାବିକଠାରୁ ୫.୬ ଡିଗ୍ରୀ, କଟକରେ ୩ ଡିଗ୍ରୀ, ଭୁବନେଶ୍ୱରରେ ୩.୧ ଡିଗ୍ରୀ କମ୍ ରହିଥିଲା । ୭ ସହରରେ ପାରଦ ୧୦ ଡିଗ୍ରୀ ତଳେ ଥିଲା

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031