Indus Valley Times

ଜାତୀୟସ୍ତର କବାଡ଼ିରେ ନାଁ ରଖିଲେ ଅଭିଜ୍ଞାନ

 Breaking News

ଜାତୀୟସ୍ତର କବାଡ଼ିରେ ନାଁ ରଖିଲେ ଅଭିଜ୍ଞାନ

ଜାତୀୟସ୍ତର କବାଡ଼ିରେ ନାଁ ରଖିଲେ ଅଭିଜ୍ଞାନ
August 29
10:58 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୯/୮: ଯୁବ କ୍ରୀଡ଼ାବିତ ଅଭିଜ୍ଞାନ ନାୟକ। ପାଠ ପଢ଼ିବା ସାଙ୍ଗକୁ କବାଡ଼ି ଖେଳର ରୁଚି ରଖୁଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ଅର୍ଜୁନ ନାୟକ ଓ ମାତା ଫୁଲ ନାୟକଙ୍କ ବଡ଼ ପୁଅ। ଷଷ୍ଠ ଶ୍ରେଣୀରୁ ଖେଳପ୍ରତି ଆଗ୍ରହ ରଖି ସ୍କୁଲ ସ୍ତରରେ ଜିଲ୍ଲାସ୍ତରୀୟ କବାଡ଼ି ଖେଳି ପ୍ରଥମ ସ୍ଥାନ ହାସଲ କରିଥିଲେ।
ଏହି ପୁରସ୍କାର ଅଭିଜ୍ଞାନକୁ ଖେଳ ଜଗତରେ ଆଗକୁ ବଢିବା ପାଇଁ ବେଶ ଉତ୍ସାହ ଦେଇଥିଲା । ଯାହାକି ଆଜି ତାଙ୍କୁ ଜାତୀୟସ୍ତରକୁ ପହଞ୍ଚାଇ ଦେଇଛି। ଭବିଷ୍ୟତ ରେ କନ୍ଧମାଳ ତଥା ରାଜ୍ୟର ନାଁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି।
ବର୍ତ୍ତମାନ ଅଭିଜ୍ଞାନ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଦାରିଙ୍ଗବାଡ଼ି ଆମ୍ବେଦକର ମହାବିଦ୍ୟାଳୟର ଛାତ୍ର।
ଯୁକ୍ତଦୁଇ ପ୍ରଥମ ବର୍ଷରେ ମହାବିଦ୍ୟାଳୟ କ୍ରୀଡ଼ାରେ ଉତ୍ତୀର୍ଣ୍ଣ ହୋଇ ସେ ଓଡ଼ିଶା କବାଡ଼ି (ଜୁନିୟର )ଦଳର ଅଧିନାୟକ ଭାବେ ମନୋନୀତ ହୋଇଥିଲେ। ତାଙ୍କ ଦଳକୁ ନେଇ ହରିୟାନା, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଆଦି ବିଭିନ୍ନ ରାଜ୍ୟକୁ ଯାଇ ଖେଳିଛନ୍ତି। ସେ ହରିୟାନାରେ ଚାଲିଥିବା ପ୍ରତିଯୋଗିତାରେ ଓଡ଼ିଶା ଦଳ ତୃତୀୟ ସ୍ଥାନରେ ରହିଥିଲା। ଅଧିକ ପ୍ରୋତ୍ସାହନ ମିଳିଲେ ଏହି ଯୁବ କ୍ରୀଡ଼ାବିତ ଜାତୀୟସ୍ତରରେ ନାଁ ରଖିବେ ବୋଲି କହିଛନ୍ତି। ନିଜ ପରିବାର ସହ ବାଲିଗୁଡ଼ାରେ ରହୁଥ‌ିବା ବେଳେ ଦାରିଙ୍ଗବାଡ଼ି କଲେଜରେ ପଢ଼ୁଛନ୍ତି।
ପ୍ରତ୍ୟେକ ଦିନ ବାଲିଗୁଡ଼ା ମିନି ଷ୍ଟାଡିୟମରେ କବାଡ଼ି ଅଭ୍ୟାସ କରିବା ସ‌ହ କିଭଳି ଭାବେ ଆହୁରି ଆଗକୁ ବଢ଼ିପାରିବି କହିଛନ୍ତି। ଜାତୀୟ ଓ ରାଜ୍ୟସ୍ତରରେ ଖେଳି ନିଜ ପରିବାରର ନାଁ ରଖିବା ସହ ବାଲିଗୁଡ଼ା ସହରର ଟେକ ରଖିବି ବୋଲି କହିଛନ୍ତି। ଉପଖଣ୍ଡ କ୍ରୀଡ଼ା ସଂଘର ସମ୍ପାଦକ ଡ. ସୁଶାନ୍ତ ଦାସ କହିଛନ୍ତି ଯେ, ଆମ କ୍ରୀଡ଼ାସଂଘ ତରଫରୁ ଏହିଭଳି କ୍ରୀଡ଼ାବିତଙ୍କୁ ସହଯୋଗର ହାତ ବଢ଼ାଇବା ସହ ଏମାନେ କିଭଳି ଭାବେ ଭଲ କ୍ରୀଡ଼ା ପ୍ରଦର୍ଶନ କରିପାରିବେ ତାହାର ଚେଷ୍ଟା ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031