Indus Valley Times

ଜାତୀୟ ପତାକା ଉତ୍ତୋଳନ କଲେ ୯୦ ବର୍ଷୀୟା ବୃଦ୍ଧା: ଇଂରେଜି ମାନଙ୍କ ଶାସନ ସମ୍ପର୍କରେ ନିଜ ଅଭିଜ୍ଞତା ବଖାଣିଲେ

 Breaking News

ଜାତୀୟ ପତାକା ଉତ୍ତୋଳନ କଲେ ୯୦ ବର୍ଷୀୟା ବୃଦ୍ଧା: ଇଂରେଜି ମାନଙ୍କ ଶାସନ ସମ୍ପର୍କରେ ନିଜ ଅଭିଜ୍ଞତା ବଖାଣିଲେ

ଜାତୀୟ ପତାକା ଉତ୍ତୋଳନ କଲେ ୯୦ ବର୍ଷୀୟା ବୃଦ୍ଧା: ଇଂରେଜି ମାନଙ୍କ ଶାସନ ସମ୍ପର୍କରେ ନିଜ ଅଭିଜ୍ଞତା ବଖାଣିଲେ
August 16
22:43 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୬/୮ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତର ସିକରମାହା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଉକ୍ତ ଅଞ୍ଚଳର ଜଣେ ୯୦ ବର୍ଷୀୟା ବୃଦ୍ଧା ଯିଏ କି ଦେଶ ସାଧିନତା ପାଇବା ପୂର୍ବରୁ ସେ ଜନ୍ମ ଗ୍ରହଣ କରିଥିଲେ ସେ ହେଲେ ତାଜୁବତୀ ମଲ୍ଲିକ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର କହଁର କହିଛନ୍ତି ।
ବୃଦ୍ଧା ତାଜୁବତୀ ମଲ୍ଲିକ ମୁଖ୍ୟତିଥି ଭାବେ ଯୋଗଦାନ କରି ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଦେଶ ସ୍ବାଧୀନ ପାଇବା ପୂର୍ବରୁ ଇଂରେଜି ମାନଙ୍କ ଶାସନ ସମ୍ପର୍କରେ ନିଜ ଅଭିଜ୍ଞତା ବଖାଣିଥିଲେ ସେହି ସମୟରେ ସେ ଛୋଟ ଶିଶୁ ଥିଲେ ଓ ତାଙ୍କ ଦେଶ ସ୍ବାଧୀନତା ଆଣିବାରେ କିଭଳି କର୍ତ୍ତବ୍ୟ ପାଳନ କରିଛନ୍ତି, କଷ୍ଟ ସହିଛନ୍ତି ସେ ସବୁ ଛାତ୍ରୀଛାତ୍ରଙ୍କୁ ଜଣାଇଥିଲେ। ସ୍ୱାଧୀନ ପୂର୍ବରୁ ଓ ପରର ଜୀବନ କିପରି ଥିଲା ତାହା ନିଜ ଭାଷଣରେ ରଖିଥିଲେ।
ଦେଶ ସ୍ୱାଧୀନ କିଭଳି ପାଇଛି ସେ ସମ୍ପର୍କରେ ଜଣେ ସେହି ସମୟର ଶିଶୁ ସ୍ବାଧୀନତା ସଂଗ୍ରାମୀ ଙ୍କ ଠାରୁ ଶୁଣି ଛାତ୍ରୀଛାତ୍ର ଓ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ କମିଟିର ସଭାପତି କରୁଣାକର ପ୍ରଧାନ ଛାତ୍ରୀଛାତ୍ର ମାନଙ୍କୁ ସାଧୀନତା ଦିବସର ମହତ୍ୱ ଓ ସ୍ୱାଧୀନ ସନ୍ତାନର କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ।
ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶିକ୍ଷକ ଶ୍ରୀକାନ୍ତ ବେହେରା, ପ୍ରଭାତୀ ସିଂ, ସୁନନ୍ଦନ ବଳିଆର ସିଂ, ବାବୁଲା ନାହକ, ରବୀନ୍ଦ୍ର କୁମାର ସାହୁ, ଶିଳ୍ପା ନାୟକ, କିରଣମୟୀ ନାୟକ, ସୁଶ୍ରୀ ସଙ୍ଗୀତା ବେହେରା, ପ୍ରଭାସିନୀ ପ୍ରଧାନ, ବିଚିତ୍ରା ପ୍ରଧାନ, ସୁଜାତା କହଁର, କନିଷ୍କ ପ୍ରଧାନ ଓ ସୌଦାମିନୀ ପ୍ରଧାନ ପ୍ରମୁଖ କାର‌୍ୟ୍ୟକ୍ରମକୁ ସୁପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031