Indus Valley Times

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଜିଲ୍ଲା ପ୍ରେସ କ୍ଳବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

 Breaking News

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଜିଲ୍ଲା ପ୍ରେସ କ୍ଳବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

November 16
19:40 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୧୬/୧୧ : ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସାମ୍ବାଦିକ ଭବନ ଠାରେ ଏକ ଆଲୋଚନା ଚକ୍ର ର ଅୟୋଜନ ସହିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷଣ କୁମାର ବେହେରା ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ଜିଲ୍ଲା ପ୍ରେସ କ୍ଲବର ଏଭଳି କାର‌୍ୟ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଳା ପ୍ରେସ କ୍ଳବର ସଭାପତି ଶୁଭ୍ରାଂଶୁ ରଂଜନ ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପ ଶ୍ରୀ ରାଣୀ ଗୁମାନ ସିଂହ ଯୋଗ ଦେଇଥିବାବେଳେ ନିଜ ନିଜ ବକ୍ତବ୍ୟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ଭୂମିକାକୁ ଉଚ୍ଚ ପ୍ରଶଂସା କରିବା ସହିତ ସତ୍ୟ, ନିର୍ଭିକ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ଵାରୋପ କରିଥଲେ ।
ଜିଲ୍ଲା ପ୍ରେସ କ୍ଲବର ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ ତାଙ୍କ ବକ୍ତବ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଳବ ଗଠନ ହେବାର ଆଭିମୁଖ୍ୟ, ଉଦ୍ଦେଶ୍ୟ ଏବଂ ପ୍ରେସ କ୍ଳବ ଗଠନ ହେବାଠାରୁ ଆଜି ପର‌୍ୟ୍ୟନ୍ତ କରଯାଇଥିବା ବିଭିନ୍ନ ଜନହିତକର କାର‌୍ୟ୍ୟ ଗୁଡ଼ିକ ସଂପର୍କରେ ବିସ୍ତୃତ ଭାବରେ ଅତିଥି ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥଲେ ।
ପ୍ରେସ କ୍ଲବର ଉପଦେଷ୍ଠା ତପନ କୁମାର ନାୟକ ତାଙ୍କ ବକ୍ତବ୍ୟରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗଠନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ଵାରୋପ କରିଥଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶର୍ମା ତାଙ୍କ ବକ୍ତବ୍ୟରେ କହିଥିଲେ, ଗଣତନ୍ତ୍ରର ଜାଗ୍ରତ ପ୍ରହରି ଭାବରେ ଗଣମାଧ୍ୟମ ଗୁଡ଼ିକ କାର‌୍ୟ୍ୟ କରୁଥିବା ବେଳେ, ସମାଜକୁ ଦିଗଦର୍ଶନ ଦେବାରେ ସେମାନଙ୍କର ପ୍ରମୁଖ ଭୂମିକା ରହିଛି ।
ସମ୍ମାନିତ ଅତିଥି ରୁପ ଶ୍ରୀ ରାଣୀ ଗୁମାନସିଂହ ତାଙ୍କ ବକ୍ତବ୍ୟରେ, ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମର ଭୂମକା ଅତ୍ୟନ୍ତ ଗୁରୁତ୍ୱପର୍ଣ୍ଣ ।
ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକୁ ଲୋକ ଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହାଦ୍ଵାରା ପ୍ରଶାସନ ସଚେତନ ହେବା ସହିତ ସେଗୁଡିକ ସମାଧାନ ପାଇଁ ତତ୍ପରତା ଦେଖାଇଥାଏ ।
ଜିଲ୍ଲା ପ୍ରେସ କ୍ଲବର ଉପ ସଭାପତି ଲଳିତ ମୋହନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର‌୍ୟକ୍ରମରେ ସମ୍ମିଳିତ କର୍ମଜୀବି ସାମ୍ୱାଦିକ ସଂଘ ସଭାପତି ପ୍ରକାଶ କୁମାର ହାତୀ, ଜିଲ୍ଲା ପ୍ରେସ କ୍ଲବ ଉପ ସଭାପତି ପ୍ରସନ୍ନ କୁମାର ପାଇକରାୟ, କୋଷାଧ୍ୟକ୍ଷ ଶୁଭକାନ୍ତ ମହାପାତ୍ର, ପ୍ରବୀଣ ଭଞ୍ଜ, ରଞ୍ଜିତ ସାମନ୍ତରାୟ, ପ୍ରଭାତ ପାଣିଗ୍ରାହୀ, ଗୋପାଳ କୃଷ୍ଣ ପ୍ରଧାନ, ଗୋପାଳ କୃଷ୍ଣ ଦାସ, ସୟଦ ଲିୟାକତ ଅଲ୍ଲୀ,ଅନସର ଅଲ୍ଲୀ,ବରିଷ୍ଠ ଆଇଜୀବୀ ଶକ୍ତି ଶଙ୍କର ମିଶ୍ର, ଲୋତକ ବିନ୍ଦୁ ପଟ୍ଟନାୟକ, ସମାଜ ସେବୀ ସଞ୍ଜୟ ପଟ୍ଟନାୟକ, ଶୋଭନ ଘୋଷ ପ୍ରମୁଖ ଉପସ୍ଥିତ ଥିବାବେଳେ, ପ୍ରେସ କ୍ଲବ ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥଲେ।
ଖୋର୍ଦ୍ଧା ବ୍ଲଡ ବ୍ୟାଙ୍କ ଡାକ୍ତର ସୌରଭ ସୁନ୍ଦର ରାୟ, ଅରୁଣ କୁମାର ସାହୁ, ଝାନସି ରାଣୀ ପାତ୍ର, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ଶ୍ରୀକାନ୍ତ କୁମାର ପ୍ରମୁଖଙ୍କ ସହାୟତାରେ ୪୬ ୟୁନିଟରୁ ଉର୍ଦ୍ଧ୍ବ ରକ୍ତ ସଂଗୃହିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031