Indus Valley Times

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ବୌଦ୍ଧ ଜିଲ୍ଲାରୁ ଓମ୍ ଓ ଅମରେଶ ମନୋନୀତ

 Breaking News

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ବୌଦ୍ଧ ଜିଲ୍ଲାରୁ ଓମ୍ ଓ ଅମରେଶ ମନୋନୀତ

November 29
21:27 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ; ୨୯/୧୧: ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ଚଳିତ ବର୍ଷ ବୌଦ୍ଧଜିଲ୍ଲାର କଂଟାମାଳ ବ୍ଲକର ଛାତ୍ର ଓମ୍ ଓ ଅମରେଶଙ୍କ ମିଳିତ ପ୍ରକଳ୍ପଟି ଜାତୀୟ ସ୍ତରକୁ ମନୋନୀତ ହୋଇଛି । ଭୁବନେଶ୍ୱରର ଶ୍ରୀ କ୍ରିଷ୍ଣା ଇଣ୍ଟରନେସନାଲ ସ୍କୁଲରେ ୨୯ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୩୫ଟି ପ୍ରକଳ୍ପ ଭାଗନେଇ ଥିଲେ । ସେଥିମଧ୍ୟରୁ ୨୬ଟି ପ୍ରକଳ୍ପ ଜାତୀୟ ସ୍ତରକୁ ମନୋନୀତ ହୋଇଥିଲା ।
ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ବୌଦ୍ଧ ଜିଲ୍ଲାରୁ ୫ଟି ପ୍ରକଳ୍ପ ଭାଗନେଇଥିବାବେଳେ ସେଥିମଧ୍ୟରୁ ଜିଲ୍ଲାର କଂଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କ ତତ୍ୱାବଧାନରେ ଉକ୍ତ ବିଦ୍ୟାଳୟର ଛାତ୍ର ଅମରେଶ ସାହୁ ଓ କଂଟାମାଳସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ର ଓମ ଶିବମ୍ ମିଶ୍ରଙ୍କ ମିଳିତରେ ନିର୍ମିତ ଗବେଷଣାତ୍ମକ ପ୍ରକଳ୍ପ “ଇଫେକ୍ଟିଭ ୱେ ଅଫ୍ ଫେଷ୍ଟିଭାଲ ୱେଷ୍ଟ ଡିସପୋଜାଲ” ଟି ଜାତୀୟ ସ୍ତରରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି ।
ଏହା ଡିସେମ୍ବର ଶେଷ ସପ୍ତାହରେ ଜାତୀୟ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ । ଉଭୟ ଶିଶୁ ବୌଦ୍ଧ ଶିକ୍ଷା ବିଭାଗର ଗୌରବ ବୃଦ୍ଧି କରିପାରିଥିବାରୁ ତାଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଡଃ ଉଦୟନାଥ ମାଝୀ ଶୁଭେଛା ଜଣାଇଛନ୍ତି । ଏଥିସହ ବିଭିନ୍ନ ମହଲରୁ ମଧ୍ୟ ଏହି ଦୁଇ କୁନି ବୈଜ୍ଞାନିକଙ୍କୁ ତାଙ୍କର କୃତକାର୍ଯ୍ୟପାଇଁ ଶୁଭେଛା ଜଣାଇଛନ୍ତି ।
ବୌଦ୍ଧଜିଲ୍ଲା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ବକ୍ତୃତା ପ୍ରତିଯୋଗୀତା
ବୌଦ୍ଧ,୨୯/୧୧: ବୌଦ୍ଧ ଟାଉନହଲଠାରେ ଆଜି ନେହେରୁ ଯୁବକେନ୍ଦ୍ର ଓ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ତରଫରୁ ସ୍ୱଦେଶ ପ୍ରେମ ଓ ଦେଶଗଠନ ବିଷୟରେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲାର ତିନିଗୋଟି ବ୍ଲକରୁ ତିନିଜଣ ଲେଖାଏଁ ଯୁବକ ଯୁବତୀ ଯୋଗଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରର ଅଧିକାରୀ ନବନୀତ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଚାରକ ଭାବେ ବୌଦ୍ଧ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ରନାଥ ଗୁରୁ, ମାହେଶ୍ୱରୀ ମହାବିଦ୍ୟାଳୟର ଅଧ୍ୟାପିକା ଦିପାଞ୍ଜଳି ସାହୁ ଏବଂ ନେହେରୁ ଯୁବକେନ୍ଦ୍ର ଡିଜି ନୋମିନି ଦେବାଶିଷ ପୁରୋହିତ ଯୋଗଦାନ କରିଥିଲେ । ପ୍ରତିଯୋଗୀତାରେ ସାରଦା ପ୍ରସନ୍ନ ବୋଷ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପାଂଚହଜାର ଟଙ୍କା ଅର୍ଥରାଶି, ବର୍ଷାରାଣୀ ମେହେର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଦୁଇ ହଜାର ଟଙ୍କା ଅର୍ଥରାଶି ଏବଂ ସୁନୀତା ପାଢୀ ତୃତୀୟ ସ୍ଥାନଅଧିକାର କରିଥିବାରୁ ଏକ ହଜାର ଟଙ୍କା ଅର୍ଥରାଶି ସହିତ ସମସ୍ତ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟ ପରିଚାଳକ ଉତ୍ତମ କୁମାର ମହାକୁଡ, ସ୍ୱେଚ୍ଛାସେବୀ ସୁପ୍ରୀୟା ଦେହୁରୀ ପରିଚାଳନା କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଶ୍ରୀ ବୋଷ ଆସନ୍ତା ମାସରେ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031