ଜାତୀୟ ସ୍ତରୀୟ କର୍ମଶାଳାରେ ଡଃ ସନ୍ତୋଷ କୁମାର ପରିଡ଼ା ଙ୍କ ବକ୍ତବ୍ୟ
କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୩/୧୦: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଉଚ୍ଚଶିକ୍ଷା ବିଭାଗର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଭେଣ୍ଟଲ ଜାତୀୟ ସ୍ତରୀୟ କର୍ମଶାଳା ସେପ୍ଟେମ୍ବର ୩୦ ତାରିଖ ରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଭାରତ ସରକାରଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଡି.ଆଇ.ଇ.ଟି ନୟାଗଡ଼ ଜିଲ୍ଲା ରାଜ ସୁନାଖଳା ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷଣ ଡଃ ସନ୍ତୋଷ କୁମାର ପରିଡ଼ା ରିଶୋର୍ସ ପର୍ସନ ଭାବେ ଯୋଗଦେଇଥିଲେ। ଜାତୀୟ ଶିକ୍ଷାନୀତି ଆଧାରିତ ବୃତ୍ତିଗତ ଶିକ୍ଷା କିପରି ସାମ୍ପ୍ରତିକ ପରିସ୍ଥିତିରେ କର୍ମାନୁଭୂତି , ଆର୍ଥିକ ମୂଲ୍ୟବୋଧ ଓ ଆଜିର ଶିକ୍ଷାର୍ଥୀ ସ୍ବାବଲମ୍ବୀ ହୋଇ ପାରିବେ ପ୍ରସଙ୍ଗ କୁ ସରଳ ଓ ଦୃଷ୍ଟାନ୍ତମୂଳକ ଭାବେ ଉପସ୍ଥାପନ କରିଥିଲେ। ଏଥିସହିତ ଏହି କର୍ମଶାଳାରେ ଯୋଗ ଦେଇଥିବା ଅଂଶଗ୍ରହଣକାରୀ ଙ୍କ ପ୍ରଶ୍ନର ଉତ୍ତର ଅତି ସରଳ ଭାଷାରେ ବୁଝାଇଥିଲେ ଶ୍ରୀ ପରିଡା ।
ଏହି କାର୍ୟ୍ୟକ୍ରମ ରେ ବିଇଡି ଟ୍ରେନିଂ କଲେଜ ଏବଂ ଡି.ଆଇ.ଇଟି.ଓ ଇଂଜିନିୟରିଂ କଲେଜ ର ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗଦେଇଥିଲେ। ଏହି କାର୍ୟ୍ୟକ୍ରମ କୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ର ସହ ନିର୍ଦ୍ଦେଶକ ଡଃ ଦେବେନ୍ଦ୍ର ନାଥ ଦାଶ ଓ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ରାଜ୍ୟ ସଂଯୋଜକ ଡଃ ବିଶ୍ବଜିତ ମହାପାତ୍ର ସୂଚାରୁରୂପେ ପରିଚାଳନା କରିଥିଲେ ।