Indus Valley Times

ଜାନୁଆରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

 Breaking News

ଜାନୁଆରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

ଜାନୁଆରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
December 28
10:33 2021

ପଟ୍ଟାମୁଣ୍ଡାଇ,୨୮/୧୨ : ପ୍ରତିବର୍ଷ ଭଳି ଆସନ୍ତା ବର୍ଷ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଏଥିପାଇଁ ୧୦ ଦିନ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯିବ।
ଜାନୁଆରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ଭିତରକନିକା ଜାତୀୟ ଉଦ୍ୟାନ ଓ ଏହା ବାହାରେ ଥିବା ନଦୀ,ନାଳ ଗୁଡ଼ିକରେ କୁମ୍ଭୀର ମାନଙ୍କର ଗଣନା କରାଯିବ।
ଉଭୟ ଦିନରେ ଓ ରାତିରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ। କୁମ୍ଭୀର ବିଶାରଦ ଡା. ସୁଧାକର କରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ। କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନକୁ କୌଣସି ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ।
୨୦୨୧ର ଗଣନା ଅନୁସାରେ ଭିତରକନିକାରେ ୧୭୬୮ଟି ବଉଳା କୁମ୍ଭୀର ଅଛନ୍ତି। ଏବେ ଏହି ସଂଖ୍ୟା ବଢ଼ିଥିବ ବୋଲି ଆଶା କରାଯାଉଥିବା ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930