Indus Valley Times

ଜାନୁୟାରୀ ପ୍ରଥମ ସପ୍ତାହରୁ ମିଳିବ ଚାଉଳ ସହ ଗହମ

 Breaking News

ଜାନୁୟାରୀ ପ୍ରଥମ ସପ୍ତାହରୁ ମିଳିବ ଚାଉଳ ସହ ଗହମ

ଜାନୁୟାରୀ ପ୍ରଥମ ସପ୍ତାହରୁ ମିଳିବ ଚାଉଳ ସହ ଗହମ
November 07
17:43 2024

ଭୁବନେଶ୍ୱର ,୭/୧୧ : ରାଜ୍ୟରେ ପିଡିଏସ୍ ହିତାଧିକାରୀଙ୍କୁ ଗହମ ମିଳିବା ବନ୍ଦ ରହିଥିଲା। ହେଲେ ଆସନ୍ତା ବର୍ଷରୁ ସେମାନଙ୍କୁ ଚାଉଳ ସହ ଗହମ ମିଳିବ । ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି ଗୁରୁବାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, କିଛି ହିତାଧିକାରୀ ଗହମ ଚାହୁଁଥିବା ବେଳେ କିଛି ଚାହୁଁନାହାନ୍ତି। ଏବେ ଗହମ ଆସିଛି, ସରକାରୀସ୍ତରରେ କାମ ବାକି ଥିବାରୁ ୨ ମାସ ବିଳମ୍ବ ହେବ । କେଉଁ ଜିଲାକୁ କେତେ ଗହମ ଆବଶ୍ୟକ ତାହାର ତଥ୍ୟ ସମ୍ପୃକ୍ତ ଜିଲାର ଜିଲାପାଳ ଦେବେ । ଅନ୍ୟପକ୍ଷରେ ୮୫% ରାସନକାର୍ଡରେ ଇ-କେୱାଇସି ଶେଷ ହୋଇଛି । ପୂରା ଶେଷ ହେବାକୁ ଆଉ ୧୫ ଦିନ ଲାଗିବ । ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି ବୋଲି ସେ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031