Indus Valley Times

ଜାପାନ ବିଜିନେସ୍ ମିଟ୍ରୁ ବଡ଼ ସଫଳତା ମିଳିଛି, ଖୁବଶୀଘ୍ର ପ୍ରତିନିଧି ଦଳ ଓଡିଶା ଆସିବେ- ଶିଳ୍ପ ମନ୍ତ୍ରୀ

 Breaking News

ଜାପାନ ବିଜିନେସ୍ ମିଟ୍ରୁ ବଡ଼ ସଫଳତା ମିଳିଛି, ଖୁବଶୀଘ୍ର ପ୍ରତିନିଧି ଦଳ ଓଡିଶା ଆସିବେ- ଶିଳ୍ପ ମନ୍ତ୍ରୀ

April 11
13:50 2023

ଭୁବନେଶ୍ବର,୧୧/୪: ଜାପାନ ଗସ୍ତରୁ ରାଜ୍ୟକୁ ବଡ଼ ସଫଳତା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ଓଡ଼ିଶାରେ ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି। ୯ଦିନର ଗସ୍ତକୁ ବେଶ୍ ସଫଳତା ମିଳିଛି।
ରାଜ୍ୟ ଶିଳ୍ପ ମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ ଆଗେଇବ। ନିପନ ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ୩୦ନିୟୁତ ମେଟ୍ରିକ୍ ଟନ୍ ଇସ୍ପାତ ଉତ୍ପାଦନ କରିବ। ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରିନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି। ଖୁବ୍ ଶୀଘ୍ର ଜାପାନ ପ୍ରତିନିଧି ଦଳ ଓଡ଼ିଶା ଆସିବେ। ସେମାନେ କ୍ଷେତ୍ର ପରିଦର୍ଶନ କରିବେ। ଆମେ ମଧ୍ୟ ସେମାନଙ୍କୁ ନିମନ୍ତ୍ରଣ କରିଛୁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031