Indus Valley Times

ଜିନିଷ କିଣିବା ବାହାନାରେ ସେଲ୍ସମ୍ୟାନଙ୍କୁ ବ୍ୟସ୍ତ ରଖିଲେ, ଆଉ ଜଣେ ଡ୍ର ଖୋଲି ନେଇଗଲେ ଟଙ୍କା

 Breaking News

ଜିନିଷ କିଣିବା ବାହାନାରେ ସେଲ୍ସମ୍ୟାନଙ୍କୁ ବ୍ୟସ୍ତ ରଖିଲେ, ଆଉ ଜଣେ ଡ୍ର ଖୋଲି ନେଇଗଲେ ଟଙ୍କା

ଜିନିଷ କିଣିବା ବାହାନାରେ ସେଲ୍ସମ୍ୟାନଙ୍କୁ ବ୍ୟସ୍ତ ରଖିଲେ, ଆଉ ଜଣେ ଡ୍ର ଖୋଲି ନେଇଗଲେ ଟଙ୍କା
May 07
11:52 2024

ଭୁବନେଶ୍ୱର, ୭/୫ : ରାଜଧାନୀରେ ମାତିଛନ୍ତି ହାଇ ପ୍ରୋଫାଇଲ ଲୁଟେରା। ଦାମୀ କାରରେ ଆସି ଜିନିଷ କିଣିବା ବାହାନାରେ ଦୋକାନରେ କଳା ବୁଲାଇ ଦେଲେ। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଦୋକାନୀ ଜଣଙ୍କ ବରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଲୁଟ୍ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ ରୋଡ଼ଠାରେ ଥିବା ରେବା ଗାର୍ମେଣ୍ଟ ନାମକ ଦୋକାନ ଆଗରେ ଏକ ଧଳା ରଙ୍ଗରେ କାର୍ ରହିଥିଲା। ଏହି କାର୍ରୁ ଜଣେ ମହିଳା ଓ ଜଣେ ପୁରୁଷ ବାହାରିଥିଲେ। ମହିଳା ଜଣଙ୍କ ପ୍ରଥମେ ଦୋକାନ ଭିତରକୁ ଭିତରକୁ ପ୍ରବେଶ କରିଥିଲେ।
ଦୋକାନୀକୁ ଜିନିଷ ଦେଖିବାକୁ ଡାକିଥିଲେ। ଏହି ସମୟରେ ଜଣେ ପୁରୁଷ ସେହି କାର୍ରୁ ଓହ୍ଲାଇ ଦୋକାନ ଭିତରେ ପଶିଥିଲେ। ପରେ କାଉଣ୍ଟର ଡ୍ର ଖୋଲା ରହିଥିବ ମଉକା ଦେଖି ସେଥିରେ ଥିବା ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଥିଲେ। ଏହି ଲୁଟ୍ର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ ଦୋକାନୀ ଜଣଙ୍କ ବରଗଡ଼ ଥାନରେ ଅଭିଯୋଗ କରିଛନ୍ତି। ସିସିଟିଭିରୁ ବର୍ତ୍ତିବା ପାଇଁ ଲୁଟେରା ଜଣଙ୍କ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି।ପୁଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031