Indus Valley Times

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀର ବିଭିନ୍ନ ହୋଟେଲ୍ ଓ କ୍ଲବ୍

 Breaking News

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀର ବିଭିନ୍ନ ହୋଟେଲ୍ ଓ କ୍ଲବ୍

December 28
10:15 2022

ଭୁବନେଶ୍ୱର, ୨୮/୧୧: ଆଉ ମାତ୍ର ଦିନ କେଇଟାର ଅପେକ୍ଷା, ବିଦାୟ ନେବ ବର୍ଷ ୨୦୨୨ । ଆସିବ ନବବର୍ଷ ୨୦୨୩ । ନୂଆ ବର୍ଷକୁ ସ୍ୱାଗତ ପାଇଁ ରାଜଧାନୀ ଭୁବନେଶ୍ୱ ଓ କଟକରେ ଚାଲିଛି ବ୍ୟାପକ ଆୟୋଜନ । ଜିରୋ ନାଇଟ୍ ର ମଜା ଉଠାଇବା ଉଠାଇବା ପାଇଁ ଲୋକଙ୍କ ଭିତରେ ଆଗ୍ରହ, ଉତ୍ସାହ ଭରି ରହିଛି । ଲୋକଙ୍କ ଆଗ୍ରହକୁ ଆହୁରି ଅଧିକ ଉତ୍ସାହିତ କରିବା ପାଇଁ ଟୁଇନ୍ ସିଟିର ହୋଟେଲ ଓ କ୍ଲବ ବି ବ୍ୟପକ ଆୟୋଜନ କରୁଛନ୍ତି ।
କେଉଁଠି ଓଲିଉଡ ନାଇଟ ତ ପୁଣି କେଉଁଠି ବଲିଉଡ କଳାକାରଙ୍କ ସହ ରସିଆନ ଡ୍ୟାନସରଙ୍କ ଡ୍ୟାନ୍ସରେ ଝୁମିବେ ଦର୍ଶକ ।
ଚିକମିକ୍ ଲାଇଟ୍ ସାଙ୍ଗକୁ ରଙ୍ଗ ବେରଙ୍ଗର ବେଲୁନରେ ଚାଲିଛି ସାଜସଜା । ଚଳିତ ବର୍ଷ ଓସିଏ କ୍ଲବରେ ଓଡିଆ ଷ୍ଟାର୍ ତଥା ବଲିଉଡ୍ ସିଙ୍ଗର ରୁତୁରାଜ ମହାନ୍ତି, ରକିଂ ଆଣ୍ଡ ପପିଂ ଷ୍ଟାର ହରିହରଙ୍କ ସହ ରସିଆନ ବେଲି ଡ୍ୟାନ୍ସ ମୁଖ୍ୟ ଆକର୍ଷଣ ରହିବ ।
ସେହିପରି ୟୁନିୟନ କ୍ଲବରେ ଓଲିଉଡ କଳାକାରଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଓଲିଉଡ ନାଇଟ ସହ ଫ୍ୟାସନ ଶୋ ଏବଂ କୋଲକାତାର ଡ୍ୟାନ୍ସ ଗ୍ରୁପର ନୃତ୍ୟ ପରିବେଷଣ କାର‌୍ୟ୍ୟକ୍ରମ ରହିଛି । କଟକ କ୍ଲବରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ମୁମ୍ବାଇରୁ ଡ୍ୟାନ୍ସ ଗ୍ରୁପ୍ ଆସୁଛନ୍ତି । ଏଥିସହ ଅନେକ ବଲିଓଡ ଓ ଓଲିଉଡ଼ କଳାକାରଙ୍କ କାର‌୍ୟ୍ୟକ୍ରମ ରହିଛି ।
ରଂଗାରଂଗ କାର‌୍ୟ୍ୟକ୍ରମ ସହ ବିଭିନ୍ନ ହୋଟେଲରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ହେଉଛି । ଷ୍ଟାଟର ସହ ଭେଜ୍, ନନଭେଜ, ଚାଇନିଜ, କଣ୍ଟିନେଣ୍ଟାଲ, ଫୁଡ ସହ ଅନଲିମିଟେଡ ଡ୍ରିଙ୍କସ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଜିରୋ ନାଇଟ୍ ଓ ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକରେ ପୋଲିସ ପାଟ୍ରୋଲିଂ ବଢ଼ାଯିବା ସହ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପର‌୍ୟ୍ୟଟନସ୍ଥଳୀ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ଡିସିପି କହିଛନ୍ତି ।
କୋଭିଡ୍ କଟକଣା କୋହଳ ହେବା ପରେ ଗତ ଦୁଇ ବର୍ଷର ବ୍ୟବଧାନରେ ଧୁମଧାମରେ ଜିରୋ ନାଇଟ୍ ସେଲିବ୍ରେସନ ହେବାକୁ ଯାଉଛି । ଖୁବ୍ ମଜାମସ୍ତିର ସହ ନୂଆ ବର୍ଷକୁ ସ୍ୱାଗତ କରିବା ଲାଗି ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031