Indus Valley Times

ଜିଲ୍ଲାପାଳଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସର ଦାବିପତ୍ର

 Breaking News

ଜିଲ୍ଲାପାଳଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସର ଦାବିପତ୍ର

ଜିଲ୍ଲାପାଳଙ୍କୁ ନୟାଗଡ଼ ଜିଲ୍ଲା କଂଗ୍ରେସର ଦାବିପତ୍ର
November 16
18:36 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୬/୧୧ : ନୟାଗଡ଼ ଜିଲ୍ଲାପାଳ ଙ୍କୁ ଜିଲ୍ଲା କଂଗ୍ରେସର ଦାବିପତ୍ର। ଓଡଗାଁ ତହସିଲ ଅନ୍ତର୍ଗତ ପୁଆଁଣିଆ ଟାଙ୍ଗରା ପାହାଡ଼ ଲିଜଧାରୀ ଅଦ୍ୟାବଧି ନିର୍ଦ୍ଧାରିତ ଲିଜଠାରୁ ପ୍ରାୟ ୧୦୦ ଗୁଣା ପଥର ଦୁଇଲକ୍ଷ ଘନ ମିଟର ଉତ୍ତୋଳନ କରି ସାରିଥିବା ବେସରକାରୀ ଭାବେ ଆକଳନ କରାଯାଇଛି ।
ଲିଜଧାରୀ ସନ୍ତୋଷ କୁମାର ପାତ୍ରଙ୍କୁ ଟାଙ୍ଗରା ପାହାଡ଼ରୁ ବାର୍ଷିକ ୧୯୮୦ କ୍ୟୁବିକ (ଘନ) ମିଟର କଳାମୁଗୁନି ପଥର ଉତ୍ତୋଳନ ପାଇଁ ଓଡଗାଁ ତହସିଲଦାର ୨୦୧୮ ମସିହାରୁ ପଞ୍ଚବର୍ଷିଆ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲିଜ ଦିଆ ଯାଇଛି ।
କିନ୍ତୁ ଲିଜଧାରୀ ବର୍ଷକୁ ୧୯୮୦ କ୍ୟୁବିକ ମିଟର ପଥର ଉତ୍ତୋଳନ ପରିବର୍ତ୍ତେ ପ୍ରତ୍ୟେକ ମାସରେ ପ୍ରାୟ ୫୦୦୦ କ୍ୟୁବିକ ମିଟର ପଥର ଉତ୍ତୋଳନ କରୁଥିବା ଏବଂ ନିର୍ଦ୍ଦାରିତ ଲିଜ ଠାରୁ ଅଦ୍ୟାବଧି ପ୍ରାୟ ୧୦୦ ଗୁଣା ଖଣି ଉତ୍ତୋଳନ କରି ପୁଆଁଣିଆ ମୌଜାର ପ୍ରକୃତିକ ସମ୍ପଦ ଦିନଦାହାଡ଼େ ଲୁଟ କରାଯାଉ ଥିବାବେଳେ ସରକାରଙ୍କ ରକ୍ଷକ ଓଡଗାଁ ତହସିଲଦାର ଏଥିପ୍ରତି ଧ୍ୟାନ ନଦେଇ ଲିଜଧାରୀଙ୍କ ସହ ତାଙ୍କର ଅନ୍ୟେତିକ ସମ୍ପର୍କ ଏବଂ ମାସିକିଆ ଲାଞ୍ଚ କାରବାର ହେଉଥିବା ସ୍ପଷ୍ଟ ହୋଇ ଯାଇଛି ।
ତେଣୁ କେନ୍ଦ୍ରୀୟ ଭୁତତ୍ତ୍ୱ ବିଭାଗ, ରାଜ୍ୟ ଖଣିବିଭାଗ ଏବଂ ଜିଲ୍ଲାର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦଳ ମିଳିତ ଆନୁକୂଲ୍ୟରେ ଟାଙ୍ଗରା ପାହାଡ଼ରୁ ଅଦ୍ୟାବଧି ଲିଜଧାରୀ କେତେ ପରିମାଣରେ ପଥର ଗତ ତିନିବର୍ଷରେ ଉତ୍ତୋଳନ କରିଛି ସାଟେଲାଇଟ ମ୍ୟାପ ଆଧାରରେ ଉଚିତ ମାପଚୁପ କରାଯିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛି ଜିଲ୍ଲା କଂଗ୍ରେସ।
ଏଠାରେ ସୂଚନାଯୋଗ୍ୟ ସମ୍ପୃକ୍ତ ଲିଜଧାରୀଙ୍କ ପୁତ୍ର ଟାଙ୍ଗରା ପାହାଡ଼ ସଂଲଗ୍ନରେ ଫୋର୍ଟଏମ ଇଣ୍ଡିଆ ଇନଫ୍ରକ୍ଷ ନାମରେ ଏକ ଅତ୍ୟାଧୁନିକ ସ୍ୱୟଂଚଳିତ ଷ୍ଟୋନ କ୍ରସର ବସାଇ ପାହାଡ଼ରୁ ଉତ୍ତୋଳିତ ପଥରକୁ ଚିପ୍ସ ଉତ୍ପାଦନ କରି ବ୍ୟବସାୟ କରୁଛନ୍ତି ।
ତେଣୁ ସ୍ୱତନ୍ତ୍ର ଏକ୍ସପର୍ଟ ଟିମ ଦ୍ୱାରା ଟାଙ୍ଗରା ଖଣି ମାପଚୁପ ହେବକ୍ଷଯାଏଁ ଜିଲ୍ଲାରେ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଏବଂ ରାଜ୍ୟ ସରକାରଙ୍କ ସ୍ୱାର୍ଥପାଇଁ ସମ୍ପୃକ୍ତ ଲିଜଧାରୀଙ୍କୁ ପଥର ଉତ୍ତୋଳନ ବନ୍ଦ କରାଯିବା ସହ ତାଙ୍କ ପୁତ୍ରଙ୍କ ମାଲିକାନାରେ ଚାଲିଥିବା କ୍ରସର ମେସିନ ଚାଲିବା ଉପରେ ରହିତାଦେଶ ଜାରି କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ।
ସମ୍ପୃକ୍ତ କ୍ରସର ମାଲିକ ଟାଙ୍ଗରା ପାହାଡ଼ ସରହଦରେ ଏକ ବିରାଟ ଗେଟ ଏବଂ ସିକୁରିଟି ଗାର୍ଡ କରାଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ କରାଉ ଥିବାରୁ ଜିଲ୍ଲାପାଳ ସେହି ଗେଟ ହଟାଇବା ପାଇଁ କ୍ରସର ମାଲିକଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଉ । ଜିଲ୍ଲାରେ ପ୍ରାକୃତିକ ସମ୍ପଦ ଖଣିଖାଦାନ ସୁରକ୍ଷା ର ଏହି ପ୍ରୟାସକୁ ଜିଲ୍ଲାପାଳ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜିଲ୍ଲା କଂଗ୍ରେସ ପ୍ରେସ ବିବୃତିରେ ଜଣାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031