Indus Valley Times

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ଓ ମହିଳା ଏବଂ ଶିଶୁ ବିଭାଗ ମିଳିତ ସମନୟ ସମୀକ୍ଷା ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ଓ ମହିଳା ଏବଂ ଶିଶୁ ବିଭାଗ ମିଳିତ ସମନୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ଓ ମହିଳା ଏବଂ ଶିଶୁ ବିଭାଗ ମିଳିତ ସମନୟ ସମୀକ୍ଷା ବୈଠକ ଅନୁଷ୍ଠିତ
November 26
22:13 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୬/୧୧ : ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ସ୍ବାସ୍ଥ୍ୟ ଓ ମହିଳା ଏବଂ ଶିଶୁ ବିଭାଗ ଓ ମିଳିତ ସମନୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା।
ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ର ବିଭିନ୍ନ କାର୍ଯ୍ୟକ୍ରମ ସମିକ୍ଷା କରିବା ସହିତ, ସମସ୍ତ କାର୍ଯ୍ୟକ୍ରମ କୁ ଲୋକ ଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲା କୁ ରାଜ୍ୟ ସ୍ଥର ରେ ଏକ ଉତ୍ତମ ସ୍ଥାନ ରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ର ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ତାଗିତ କରିଥିଲେ। ସେଇପରି ଜିଲ୍ଲା ରେ ବିଶେଷ କରି ଦଶପଲ୍ଲା, ଗଣିଆ ଓ ଭାପୁର ଆଦି ବ୍ଲକ ଗୁଡ଼ିକ ରେ ଗର୍ଭବତୀ ମା ତଥା ପ୍ରସୂତି ମା ମାନଙ୍କ ଠାରେ ରକ୍ତ ହୀନତା କୁ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ଉପରେ ଜୋର୍ ଦେଇଥିଲେ। ବିଭିନ୍ନ କାର୍ଯ୍ୟକ୍ରମମାନ ତୃଣ ମୂଳ ସ୍ଥର ରେ ଯଥା ମମତା ଦିବସ, ଟୀକାକରଣ ଦିବସ ଆଦି କୁ ଉତ୍ତମ ରୂପ ରେ ପରିଚାଳନା ପାଇଁ ଉଭୟ ଗୋଷ୍ଠୀ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା ରେ ମାତୃ ଓ ଶିଶୁ ମୃତ୍ୟୁ କୁ ହ୍ରାସ କରିବା ପାଇଁ ଆଶା ତଥା ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଅନବରତ ତାଲିମ୍ ଓ ସମୀକ୍ଷା କରିବା ଉପରେ ଜୋର୍ ଦେଇଥିଲେ।
ସେହିଭଳି ଜିଲ୍ଲା ରେ କନ୍ୟା ସନ୍ତାନ ଦିନକୁ ଦିନ ହ୍ରାସ ପାଇବା ବି ଏକ ଉଦ୍ଜନକ ବିଷୟ, ତେଣୁ ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକ ଉପରେ ଚଢ଼ାଉ ତଥା ଲୋକ ଙ୍କ ମଧ୍ୟ ରେ ସଚେତନ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସଭା ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସୁଶାନ୍ତ ଦାସ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଅନ୍ୟ ବିଭାଗିୟ ଅଧିକାରୀ, ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ତଥା ସବୁ ବ୍ଲକ ର CDPO ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ଓ ପ୍ରଜନନ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଆଶିଷ କୁମାର ମହାନ୍ତି ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031