Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏନଏସି ପକ୍ଷରୁ ଜଳ ଛତ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ

 Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏନଏସି ପକ୍ଷରୁ ଜଳ ଛତ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏନଏସି ପକ୍ଷରୁ ଜଳ ଛତ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ
March 22
10:53 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୩ : ଶୁକ୍ରବାର ଦିନ ଦିବା ଘ.୧୨.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବୌଦ୍ଧ ଏନଏସି ପକ୍ଷରୁ ଖୋଲା ଯାଇଥିବା ଏକ ଜଳ ଛତ୍ରକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ।
ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଓ ସମ୍ମୁଖ ବୌଦ୍ଧ – ହରଭଙ୍ଗା ଜଗନ୍ନାଥ ସଡକ ଦେଇ ଯାଉଥିବା ପଥିକ ମାନଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଉକ୍ତ ଜଳ ଛତ୍ରକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଏନଏସି ପକ୍ଷରୁ ଖୋଲା ଯାଇଛି ।
ଜଳ ଛତ୍ର ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧଗଡ଼ ଏନଏସି ର ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଲିୟାର ସିଂହ ଏବଂ ବୌଦ୍ଧଗଡ଼ ଏନ. ଏ. ସି ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031