Indus Valley Times

ଜିଲ୍ଲାସ୍ତରୀୟ ଗାନ୍ଧୀଙ୍କ ଓ ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ-୨୦୨୪ ବୌଦ୍ଧ ଟାଉନ ହଲ ଠାରେ ମହାଆଡମ୍ବରରେ ଅନୁଷ୍ଠିତ

 Breaking News

ଜିଲ୍ଲାସ୍ତରୀୟ ଗାନ୍ଧୀଙ୍କ ଓ ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ-୨୦୨୪ ବୌଦ୍ଧ ଟାଉନ ହଲ ଠାରେ ମହାଆଡମ୍ବରରେ ଅନୁଷ୍ଠିତ

October 03
09:10 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୧୦ : ବୌଦ୍ଧ ଟାଉନ ହଲଠାରେ ଜିଲ୍ଲା ସ୍ତରୀୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ଭୋର ଘ.୪.୩୦ମି. ସମୟରେ ଡାକବାଜି ଯନ୍ତ୍ରଦ୍ଵାରା ବୌଦ୍ଧ ସହର ଏବଂ ଲୋକକଳା ଗ୍ରାମ ନାରାୟଣନଗରରେ ରାମଧୂନ ପରିବେଷିତ ହୋଇଥିଲା ।ସକାଳ ୬ ଘଟିକାରେ ସମସ୍ତ ଶିକ୍ଷାନୁଷ୍ଠାନ ପରିସରରେ ପ୍ରଭାତଫେରି ଅନୁଷ୍ଠିତ ହୋଇଥିଲା ।
ସକାଳ ୭ ଘଟିକାରେ ବାପୁଜୀଙ୍କ ବାଣୀ ସମ୍ବଳିତ ରାଲି ଏବଂ ସ୍ଵଚ୍ଛତା ସମ୍ପର୍କିତ ରାଲିରେ ଭଗବତ ସ୍ଵାମୀ ଗୌଡି ସଂପ୍ରଦା ସଙ୍କୀର୍ତ୍ତନ ମଣ୍ଡଳି ଅଲଣିଆ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୋଲିସ ଅଧିକାରୀ ଏବଂ କର୍ମଚାରୀ, ସ୍ଵଚ୍ଛ ସାଥି, ଏନ.ଏ.ସି କର୍ମଚାରୀ, ସ୍ଵଛତା ରଥ, ରାମଧୂନ ପ୍ରଚାର ଯାନ, ପି.ସି.ଆର. ଯାନ ଜିଲ୍ଲାସଂଗ୍ରହାଳୟ, ରୁ ବାହାରି ବାଘଗୁଡା ଛକ ଦେଇ ଗାନ୍ଧୀଛକଠାରେ ପହଞ୍ଚିଥିଲେ ।
ସକାଳ ଘ.୭.୩୦ମି. ମହାବିଦ୍ୟାଳୟର ଏନ.ସି.ସି ଛାତ୍ରଛାତ୍ରୀ, ଏନ.ଏ.ସିର ସଫେଇ କର୍ମଚାରୀ, ମେଡିକାଲର ସଫେଇ କର୍ମଚାରୀଙ୍କ ଦ୍ଵାରା ବସଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ସ୍ଵଚ୍ଛ ଭାରତ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ମେଡିକାଲ, ଏନ.ଏ.ସିର ଅଧିକାରୀ ଏବଂ କର୍ମଚାରୀ ଯୋଗଦେଇଥିଲେ ।
ସକାଳ ୮ ଘଟିକାରେ ଗାନ୍ଧୀଛକସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଏବଂ ସହରର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବେଶଷ, ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ମାଲ୍ୟାର୍ପଣ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା, ଜିଲ୍ଲାପାଳ, ବୌଦ୍ଧଙ୍କ ସଭାପତିତ୍ଵକ୍ରମେ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଅତିଥିମାନଙ୍କୁ ସ୍ଵାଗତ ପୂର୍ବକ ମଞ୍ଚକୁ ଆହ୍ଵାନ ତଥା ଆସନ ଗ୍ରହଣ, ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥିବୃନ୍ଦଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ଏବଂ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ତାପରେ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ, ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ଓ ସମ୍ବର୍ଦ୍ଧନା ସଭା ରଖାଯାଇଥିଲା ।
ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବୌଦ୍ଧ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ତଥା ବିଚାରଧାରା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶ୍ରୀମତି ପ୍ରଭାସିନୀ ଦାସ, ଅଧ୍ୟକ୍ଷା, ଜିଲ୍ଲାପରିଷଦ, ବୌଦ୍ଧ ମୁଖ୍ୟ ଅତିଥି ଏବଂ ଇଂ. ଡ଼ଃ. ସଞ୍ଜୟ କୁମାର ପଣ୍ଡା, ବିଶିଷ୍ଠ ସାହିତ୍ୟିକ ତଥା ସଭାପତି, ନୀଳଚକ୍ର ସାହିତ୍ୟ ସଂସଦ, ବୌଦ୍ଧ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।
ପରେ ପରେ ଟାଉନ ହଲ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରାର୍ଥନା ସଭାରେ ଅଶୋକ କୁମାର ପୁରୋହିତ, ଆଚାର‌୍ୟ୍ୟ,ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଙ୍କ ଦ୍ଵାରା ପବିତ୍ର ଗୀତା ପାଠ, ପାଲକ ଘନଶ୍ୟାମ ଭୋଇଙ୍କ ଦ୍ଵାରା ଧର୍ମ ଗ୍ରନ୍ଥ ବାଇବେଲ ପାଠ ଏବଂ ସାହାବୁଦ୍ଧିନ ଖାଁଙ୍କ ଦ୍ଵାରା ଧର୍ମ ଗ୍ରନ୍ଥ କୋରାନ ପାଠ ପଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରୀମାନେ ରାମଧୁନ ସଙ୍ଗୀତ ଗାନ କରିଥିଲେ ।
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ଵସ୍ତି ସ୍ନେହା ଶାସିନୀ ଏହି ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲାପାଳ ମହୋଦୟ ସମସ୍ତଙ୍କୁ ନେଇ ଏକ ସ୍ଵଚ୍ଛତା ର ଶପଥ ପାଠ କରାଇବା ସହ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଚାରଧାରା ଉପରେ ଅନୁପ୍ରେରିତ ହେବାକୁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ ।
ମା ପାଇଁ ଗଛଟିଏ ପରିପ୍ରେକ୍ଷୀରେ ଗଛଟିଏ ଲଗାଇବା ସହ ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ଆହ୍ଵାନ କରିଥିଲେ । ଏହି ସଭା କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ, ସଦସ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ବୌଦ୍ଧ ପରିଚାଳନା କରିଥିଲେ । ଏହି ଅବସରରେ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସହକାରୀ’ ଶିକ୍ଷକ ନବକିଶୋର ଦିପ ପରିଚାଳନା କରିଥିଲେ ।
ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ ମୌସୁମୀ ନନ୍ଦ ପ୍ରଥମ, ସୁରମ୍ୟା ସାମିଲି ଶାସିନୀ ଦ୍ଵିତୀୟ ଏବଂ ସାଇ ସମ୍ଭାବନା ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିପରି ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ଦେଶକ୍ଷ ତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ମାଧବ ପ୍ରତିମ ସାହୁ ପ୍ରଥମ, ଶାଶ୍ଵତ ସିହ୍ନା ଦ୍ଵିତୀୟ ଏବଂ ସାଇ ଶ୍ୟାମ ରଥ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଆର୍ଯ୍ୟନ ନାରାୟଣ ଦେବ ପ୍ରଥମ, ସ୍ଵସ୍ତି ସ୍ନେହା ଶାସିନୀ ଦିତୀୟ ଏବଂ ଲକ୍ଷ୍ମୀ ନାରାୟଣ ସାହୁ ଓ ଋତୁପର୍ଣା ସାମଲ ଉଭୟେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।
ଏହି ଅବସରରେ ପ୍ରଣାମ ଅନୁଷ୍ଠାନ ଏବଂ ପ୍ରେମ ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବାରୁ ଏବଂ ବର୍ଷା ମେହେର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାରୁ ପୁରସ୍କୃତ କରାଯାଇଥିଲା । ଅପରାହ୍ନରେ ବନ ବିଭାଗ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ସହରର ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି, କଳାକାର, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ମାରୱାଡି ଯୁବାମଞ୍ଚ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପାଣି ଏବଂ ବିସ୍କୁଟ ବଣ୍ଟନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31