Indus Valley Times

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
October 10
20:16 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୦/୧୦ : ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ନୂତତ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ ମାନ୍ୟବର ସାଂସଦ, ଭୁବନେଶ୍ୱର, ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ବୈଠକରେ ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ, ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା ଶ୍ରୀ ଲାଡେ ଗଜାନନ ଦୟାନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ମାନ୍ୟବର ସାଂସଦ, ପୁରୀଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପର୍ଶୁରାମ ବିଶୋଇ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପୂର୍ବ ବୈଠକରେ ପ୍ରସ୍ତାବ ଗୁଡ଼ିକର ଅନୂପାଳନ ଉପରେ ଆଲୋଚନା କରିଥିଲେ । ପରେ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ୪୩ ଗୋଟି କେନ୍ଦ୍ର ସରକାର ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକ ଅଗ୍ରଣୀ ଜନକଲ୍ୟାଣ ଯୋଜନାର ସମୃକ୍ତ ଅଧିକାରୀ ଓ ବିଡିଓ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଲେ । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ପ୍ରତି ୩ ମାସରେ ଦିଶା ବୈଠକ ବସିବ ।
ଏହା ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ହୋଇଥିବାରୁ ପ୍ରତ୍ୟେକ ଅଧିକାରୀ ମାନେ ନିଶ୍ଚିତ ଭାବେ ତଥ୍ୟ ନେଇ ବୈଠକକୁ ଆସିବାକୁ ତାଗିଦ୍ କରିଥିଲେ । ପ୍ରତ୍ୟେକ ଯୋଜନାର ଭିତ୍ତିଭୂମି ଓ ଅଗ୍ରଗତି ଲୋକଙ୍କ ପାଖରେ କେତେ ମାତ୍ରାରେ ଯୋଜନା ପହଞ୍ଚିଛି ସେ ସମ୍ବନ୍ଧରେ ଅଧିକାରୀ ମାନେ ସ୍ପଷ୍ଟ ତଥ୍ୟ ବୈଠକରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଆଗାମୀ ୨୦୨୬ ମସିହା ଜାୁନୁୟାରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଧିକାରୀ ମାନେ ପ୍ରତ୍ୟେକ ଯୋଜନାର ଭୌତିକ ଓ ଆର୍ଥିକ ଧାର‌୍ୟ୍ୟ କେତେ ମିଳିଛି ସେ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରିବେ ।
ଭାରତୀୟ ରାଜମାର୍ଗ ପ୍ରାଧିକରଣ, ଗ୍ରାମ୍ୟ ଉନ୍ନୟନ, କୃଷି ଏବଂ ଉଠା ଜଳସେଚନ ନିଗମ ଅଧିକାରୀ ମାନେ ସେମାନଙ୍କ ପ୍ରକଳ୍ପ ଗୁଡ଼ିକର କାର‌୍ୟ୍ୟ ତୁରନ୍ତ ଶେଷ କରିବାକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ (ସହରୀ) ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାର ଆସନ୍ତା ତିନି ବର୍ଷର ସଂପୃକ୍ତ ଅଧିକାରୀ ମାନେ କାର‌୍ୟ୍ୟ ରାସ୍ତା (ରୋଡ ମ୍ୟାପ) ମାନଚିତ୍ର ଆସନ୍ତା ୨୫ ତାରିଖ ସୁଦ୍ଧା ଦେବାକୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ସାଂସଦ କହିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଢ଼ିବାକୁ ଯେଉଁ ଅଗ୍ରଣୀ ଯୋଜନା ହିତାଧିକାରୀଙ୍କ ଘରେ ପହଞ୍ଚିବା ଦରକାର ତାହା ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ଏବଂ ସହରୀ, ଶୌଚାଳୟ,ଏଲପିଜି ଗ୍ୟାସ ସିଲିଣ୍ଡର, ବିଜୁଳି ଆଲୋକ, ବିଶୁଦ୍ଧ ପାନୀୟ ଜଳ ଏବଂ ଗ୍ରାମୀଣ ସଂଯୋଗୀ କରଣ ରାସ୍ତା ଦିଗରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଏହି ସେବାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ସ୍ୱାସ୍ଥ୍ୟ, ସମନ୍ୱିତ ଶିଶୁ ବିକାଶ ଯୋଜନା, ଫସଲ ବୀମା ଯୋଜନା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦୂରଦୃଷ୍ଟି ପତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଗ୍ରାମ୍ୟ ରାସ୍ତା ଘାଟ ଓ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ମର୍ମରେ ସାଂସଦ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଗ୍ରାମ୍ୟ ରାସ୍ତାଘାଟ ସଂଯୋଗିକରଣ ରାସ୍ତା ଓ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୁଚନାନୁଯାୟୀ ଜିଲ୍ଲାରେ ମୋଟ ୯୦୦୫୫ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେ କରାଯାଇଅଛି ।
ବୈଠକରେ ଟାଙ୍ଗୀ ବିଡିଓ ରୂମାନା ଜାଫ୍ରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଭିଜନ ପାୱାର ପଏଣ୍ଟ ଉପସ୍ଥାପନା କରିଥିଲେ ।
ସେହିପରି ଖୋର୍ଦ୍ଧା ବିଡିଓ କ୍ଷୀରାଦ୍ଵି ତନୟା ସାହୁ ଗ୍ରାମ ପଂଚାୟତର ଭିଜନ ମଡେଲ ଉପସ୍ଥାପନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ସାଂସଦ କହିଲେ ତଥ୍ୟ ସହିତ ଅଧିକାରୀ ମାନେ କଥା ହୁଅନ୍ତୁ ଯେପରି କେହି ବିରୁଦ୍ଧରେ ଯାଇ ପାରିବେ ନାହିଁ ।
ସୁଚନାନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ସହରୀ ଯୋଜନା ୧.୦ ରେ ୪୪୫୪ ଘର ଅନୁମୋଦନ ମିଳିଥିବା ବେଳେ ୪୨୩୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।
୨୯୭୪ ଘର ନିର୍ମାଣ ସଂପୂର୍ଣ୍ଣ ହୋଇଛି । ୭୦୧ ଗୋଟି ଘର ନିର୍ମାଣାଧୀନ ଅଛି ।
ସେହିପରି ସାଂସଦ କ୍ଷୁଦ୍ର ଜଳସେଚନ ପ୍ରାଚୀ, ନିମାପଡ଼ା ଅଧୀନ କୁଆଖାଇ କୁଶଭଦ୍ରା, ନିମାପଡ଼ା ଅଧୀନ ଭାର୍ଗବୀ କୁଶଭଦ୍ରା, ମେଗା ପାଇପ ଲାଇନ୍ ଜଳ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ ।
ସମନ୍ୱିତ ଜଳ ବିଭାଜିକା ପରିଚାଳନା ପ୍ରକଳ୍ପ ଗୁଡ଼ିକ ଉପରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକାଙ୍କ ସହ ସମୀକ୍ଷା କରିଥିଲେ ଆସନ୍ତା ୩ ବର୍ଷର ଉନ୍ନୟନ ଚିତ୍ରପଟ୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ସାଂସଦ ଉଠା ଜଳସେଚନ ବିଭାଗ ବାଣପୁର ୧୪, ଖୋର୍ଦ୍ଧା ୩୩, ବେଗୁନିଆ ୨୪୫, ଟାଙ୍ଗୀ ୨୨, ଚିଲିକା ୨୦ ଓ ଜଟଣୀ ବ୍ଲକର ୧୧ ଗୋଟି ଗଭୀର ବୋରୱେଲ ଉପରେ ସମୀକ୍ଷା କରିଥିଲେ ।
ପି ଏମ କୁସୁମ ଯୋଜନାରେ ୧୩ ଗୋଟି ପ୍ରକଳ୍ପ, ଖରିଫ ୨୦୨୪ ବର୍ଷରେ ୨୯୨୭୮ ହେକ୍ଟର, ରବି ୨୦୨୪-୨୫ ବର୍ଷରେ ୪୪୨ ହେକ୍ଟର, ଖରିଫ୍ ୨୦୨୫ ବର୍ଷରେ ୨୫୮୫୩ ହେକ୍ଟର କୃଷି ହୋଇଥିବା ବେଳେ ଖରିଫ୍ ଚାଷରେ ଶତକଡା ୪୦ ଓ ରବି ଫସଲରେ ଶତକଡା ୨୦ ସଫଳତା ମିଳିଛି ।
ଏଥି ସହିତ ମାନ୍ୟବର ସାଂସଦ କୃଷକ ନିର୍ମାତା ସଂଘ , ରୋଗୀ କଲ୍ୟାଣ ସମିତି, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଜନ ଆରୋଗ୍ୟ କାର୍ଡ, ପିଏମ ସୂର୍ଯ୍ୟ ଘର, ବାଘମାରି ଖୋର୍ଦ୍ଧା ବାଇପାସ୍ ସଡ଼କ ରାସ୍ତା, ସାଂସଦ ପାଣ୍ଠି, ବ୍ଲକ ୱାରି ସାଂସଦ ପାଣ୍ଠିରେ ଲାଇବ୍ରେରୀ ନିର୍ମାଣ ଯୋଜନା ଆଦି ଅଗ୍ରଣୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ସାଂସଦ ସମୀକ୍ଷା କରିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦଙ୍କ ସ୍ଵତନ୍ତ୍ର ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ସାହୁ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସ, ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ସିବଲାଲ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଙ୍କ ସମେତ ପଂଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ସମସ୍ତ ବିଡିଓ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031