Indus Valley Times

ଜିଲ୍ଲା ଓକିଲ ସଙ୍ଘ ସମୂହ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତାଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲା ଓକିଲ ସଙ୍ଘ ସମୂହ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତାଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଜିଲ୍ଲା ଓକିଲ ସଙ୍ଘ ସମୂହ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତାଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ
November 02
21:23 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ , ୨/୧୧ : ଜିଲ୍ଲା ଓକିଲ ସଙ୍ଘ ସମୂହ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତାଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଜିଲ୍ଲା ଓକିଲ ସଙ୍ଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ସତସଙ୍ଗ ବିହାରଠାରେ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ବାର କାଉନସିଲ ସଭ୍ୟ ତଥା ଲୋକପ୍ରିୟ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ନିନ୍ଦା ପ୍ରସ୍ତାବ ନିଆଯାଇ ସାମ୍ପ୍ରତି ରାଜ୍ୟରେ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଆଲୋଚନା କରାଯାଇଥିଲା ।
ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ସାମୁହିକ
ଭାବେ ଓକିଲ ସଙ୍ଘ ନେତୃତ୍ୱ ନେବାପାଇଁ ସର୍ବସମ୍ମତ ପ୍ରସ୍ତାବ ଆଲୋଚନା ହୋଇଥିଲା । ନିଷ୍ଫଳ ଉତ୍କଳ ଆଇନଜୀବୀ ସଙ୍ଘ ପାଖରୁ ପ୍ରସ୍ତାବିତ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମିଳନୀ ସମସ୍ତ ଓକିଲ ସଙ୍ଘ କାର୍ଯ୍ୟକର୍ତ୍ତା ସହମତି ପ୍ରକାଶ କରିଥିଲେ ।
ଏହି ବୈଠକରେ ଦଶପଲ୍ଲା ଓକିଲ ସଙ୍ଘ ସଭାପତି ସୁଶାନ୍ତ କୁମାର ପାତ୍ର, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ଖଣ୍ଡପଡା ଓକିଲ ସଙ୍ଘ ସଭାପତି ସଂଗ୍ରାମ କେଶରୀ ମିଶ୍ର, ସମ୍ପାଦକ ବିକ୍ରମ ଦେଓ, ରଣପୁର ଓକିଲ ସଙ୍ଘ ସଭାପତି ଶତ୍ରୁଘ୍ନ ପାଇକେରାୟ, ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ସ୍ବଦେଶ ମିଶ୍ର, ଉପସଭାପତି ସନ୍ତୋଷ କୁମାର ରାଉତରାୟଙ୍କ ସମେତ ବିଭିନ୍ନ ସଂଘର କାରଂକାରୀ କମିଟି ସଭ୍ୟମାନେ ଯୋଗ ଦେଇଥିଲେ ।
ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031