Indus Valley Times

ଜିଲ୍ଲା ପ୍ରେସକ୍ଳବ ନିର୍ବାଚନ ଶୁଭ୍ରାଂଶୁ ସଭାପତି, ଦିଲ୍ଲୀପ ସମ୍ପାଦକ ଭାବେ ପୁନଃ ନିର୍ବାଚିତ

 Breaking News

ଜିଲ୍ଲା ପ୍ରେସକ୍ଳବ ନିର୍ବାଚନ ଶୁଭ୍ରାଂଶୁ ସଭାପତି, ଦିଲ୍ଲୀପ ସମ୍ପାଦକ ଭାବେ ପୁନଃ ନିର୍ବାଚିତ

May 04
21:11 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୪/୫ : ଖୋର୍ଦ୍ଧା ଜିଲ୍ଲା ପ୍ରେସକ୍ଲବର ୨୦୨୫-୨୦୨୬ ବର୍ଷ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।
ପ୍ରେସକ୍ଲବର ବରିଷ୍ଟ ସଦସ୍ୟ ତପନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିର୍ବାଚନ ପରିଚାଳନା ଅଧିକାରୀ ଭାବରେ ଅବ୍ୟକ୍ତ ହରି ହର ଖାଡ଼ଙ୍ଗାଙ୍କୁ ନିଯୁକ୍ତ କରାଯାଇଥିଲା ।
ପ୍ରେସକ୍ଲବ ପରିଚାଳନା ପରିଷଦ ସଦସ୍ୟଙ୍କ ମତାମତ ଆଧାରରେ ସର୍ବସମ୍ମତିକ୍ରମେ ପ୍ରେସ କ୍ଲବର କର୍ମକର୍ତ୍ତା ଚୟନ କରାଯାଇଥିଲା ।
କ୍ଲବର ସଦସ୍ୟ ରଞ୍ଜିତ ସାମନ୍ତରାୟ ସଭାପତି ପ୍ରାର୍ଥୀ ଭାବେ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଙ୍କ ନାମ ପ୍ରସ୍ତାବ ଦେଇଥିବାବେଳେ ଏହାକୁ ଈଶ୍ୱର ମଙ୍ଗରାଜ ଓ କୃଷ୍ଣ ଚନ୍ଦ୍ର ଦାଶ ସମର୍ଥନ କରିଥିଲେ ।
ଜିତେନ୍ଦ୍ର କୁମାର ଭଞ୍ଜ ସମ୍ପାଦକ ପ୍ରାର୍ଥୀ ଭାବେ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ନାମ ପ୍ରସ୍ତାବ ଦେଇଥିବାବେଳେ ଏହାକୁ ପ୍ରସନ୍ନ ପାଇକରାୟ ଏବଂ ମହମ୍ମଦ ମୋତାହାର ଯୁସୁଫ ସମର୍ଥନ କରିଥିଲେ ।
ଉପ-ସଭାପତି ଭାବେ ପ୍ରସନ୍ନ ପାଇକରାୟ ଓ ଲଳିତ ମୋହନ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ରଞ୍ଜିତ କୁମାର ପାଟଶାଣୀ ଓ ଗୋପାଳ କୃଷ୍ଣ ପ୍ରଧାନ, ସହ-ସମ୍ପାଦକ ସୟଦ ଲିୟାକତ ଅଲ୍ଲୀ, କୋଷାଧକ୍ଷ ଶୁଭ୍ରକାନ୍ତ ମହାପାତ୍ର, ଆବାହକ ପ୍ରକାଶ କୁମାର ହାତୀ, ଆଇନ ପରାମର୍ଶଦାତା ଅବ୍ୟକ୍ତ ହରି ହର ଖାଡ଼ଙ୍ଗା ଓ ସଂଗ୍ରାମ କେଶରୀ ହୋତା, ମୁଖ୍ୟ ପରାମର୍ଶଦାତା, ତପନ କୁମାର ନାୟକ,ଗଣମାଧ୍ୟମ ସଂଯୋଜକ ଭାବେ ସନ୍ତୋଷ ଚୌଧୁରୀ ଏବଂ ପରିଚାଳନା ସଦସ୍ୟ ଭାବେ, ଗୋପାଳ କୃଷ୍ଣ ଦାସ, ରାମ ନାରାୟଣ ଦାଶ, ସନ୍ଦୀପ ବର୍ମନ, ପ୍ରଭାତ ପାଣିଗ୍ରାହୀ, ରଞ୍ଜିତ ସାମନ୍ତରାୟ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସନ୍ତୋଷ ବାରିକ, ପ୍ରବୀଣ ଭଞ୍ଜ, ପ୍ରକାଶ ପଟ୍ଟନାୟକ ଓ ଜିତେନ୍ଦ୍ର ଭଞ୍ଜ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଖାଡ଼ଙ୍ଗା ଘୋଷଣା କରିଥିଲେ ।
ପ୍ରେସ କ୍ଲବ ପକ୍ଷରୁ ନବନିର୍ବାଚିତ ସଦସ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।
ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବକୁ ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ରାଜ୍ୟରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ଗଢିତୋଳିବାକୁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ନବ ନିର୍ବାଚିତ ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ ତାଙ୍କ ବକ୍ତବ୍ୟରେ କହିବା ସହିତ ତାଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରି ସଭାପତି ଭାବରେ ନିର୍ବାଚିତ କରିଥିବାରୁ ଖୋର୍ଦ୍ଧା ଜିଲ୍ଲା ପ୍ରେସକ୍ଲବର ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031