Indus Valley Times

ଜିଲ୍ଲା ଶିକ୍ଷା ଏବଂ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପଦୋନ୍ନତି ଜନିତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 Breaking News

January 25
10:13 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୧: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କର ପଦୋନ୍ନତି ଓ ବଦଳି ଜନିତ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ୍ ଦୁବେ ସଭାପତିତ୍ୱ କରିଥିଲେ ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ , କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ସାହୁଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠାକୁ ପ୍ରସଂଶା କରିଥିଲେ।
ଏହି ଅବସରରେ ସହକର୍ମୀମାନେ ଶ୍ରୀ ସାହୁଙ୍କ ସହ ବିତାଇଥିବା ଅନୁଭୂତି ବାଣ୍ଟିଥିଲେ। ପଦୋନ୍ନତି ପରେ ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ଼ ଆକାରରେ ବଦଳି ହୋଇଥିବାରୁ ଶ୍ରୀ ସାହୁଙ୍କୁ କାର୍ଯ୍ୟାଳୟ ପକ୍ଷରୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ବିଦାୟୀ ବ୍ୟକ୍ତି ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ଏହି କାର୍ଯ୍ୟାନୁଷ୍ଠାନର ଅଧିକାରୀ ତଥା କର୍ମଚାରୀ ତାଙ୍କ ପାଇଁ ଏକ ପରିବାର ସଦୃଶ ଥିଲେ ଏବଂ ସମସ୍ତଙ୍କ ସହଯୋଗ ପାଇଁ ସେ କୃତଜ୍ଞ।
କାର୍ଯ୍ୟକ୍ରମର ଶେଷରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବୌଦ୍ଧ କମଳାକାନ୍ତ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତଙ୍କ ମନରେ ଅନେକ ସ୍ମୃତିକୁ ନେଇ ଏହି ସଭାଟି ଶେଷ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031