Indus Valley Times

ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ

 Breaking News

ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ

ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ
April 02
12:10 2025

ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨/୪ : ଖୋରଧା ଜିଲ୍ଲାରେ ଆଜି ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ପ୍ରାତଃ ଘ ୪.୩୦ ମି. ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତର ରେକର୍ଡିଂ ବଜାଯାଇ ସହର ପରିକ୍ରମା କରାଯାଇଥିଲା ।
ପ୍ରାତଃ ଘ ୭.୦୦ ମି. ରେ ଜିଲ୍ଲାର ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ/କାର୍ଯ୍ୟ ନିର୍ବାହୀ ଅଧିକାରୀ, ଖୋରଧାଙ୍କ ଦ୍ବାରା ପୁଷ୍ପମାଲ୍ୟ ମାଲ୍ୟାର୍ପଣ କରାଯାଇଥିଲା ।
ସନ୍ଧ୍ୟା ଘ. ୬.୩୦ ମି. ରେ ଜୟୀ ରାଜଗୁରୁ ଟାଉନ ହଲ ଠାରେ ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ, ଫଟୋ ପ୍ରଦର୍ଶନୀ ସହିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟା ଏବଂ ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନ ସିଂହ/ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଜିଲ୍ଲାପାଳ ଚଞ୍ଚଳ ରାଣା, ଅଧ୍ୟକ୍ଷତା କରୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ସ୍ୱାଗତ ଭାଷଣ ରଖିଥିଲେ ।
ସମସ୍ତଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା । ପରେ ପରେ ଅତିଥିମାନଙ୍କୁ ଉତ୍ତରୀୟ ସହିତ ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ସ୍ବାଗତ ଅଭିଭାଷଣ ରଖିଥିଲେ । ଏହା ପରେ ସମସ୍ତ ଅତିଥି ବକ୍ତବ୍ୟ ପ୍ରଦାନ କରିଥିଲେ ।
ପ୍ରଥମେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଲେ ଯେ ଯେଉଁ ଜାତିର ଇତିହାସ ଯେତେ ସମୃଦ୍ଧ ସେ ଜାତି ସେତେ ଉନ୍ନତ, ପିଲାମାନଙ୍କୁ ଇତିହାସ ପଢିବାକୁ ଉପଦେଶ ଦେଇଥିଲେ ।
ସେହିପରି ମାନ୍ୟବର ବିଧାୟକ କହିଲେ ଯେ ଆଜି ହେଉଛି ଆତ୍ମ ବିଶ୍ଳେଷଣର ଦିନ, ଆଜି ସମୟ ଆସିଛି ଆମେ ସମସ୍ତେ ଓଡ଼ିଆ କହିବା ଅନୁଧ୍ୟାନ କରିବା, ମାନନୀୟା ଅଧ୍ୟକ୍ଷା ଜିଲ୍ଲା ପରିଷଦ କହିଲେ, ଆଜି ଆମେ ବୀର ପୁରୁଷର ମହାନତା ଓ ବଳିଦାନ ବିଷୟରେ ମନେପକାଇବା।
ସେହିପରି ଜିଲ୍ଲାପାଳ କହିଲେ ଓଡ଼ିଆ ପକ୍ଷକୁ ଏତେ ସୁନ୍ଦର ଭାବେ ପାଳନ କରାଯାଉଛି, ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ, ଓଡ଼ିଆ ବୋଲି ଆମେ ଜାଣିବୁ, ପିନ୍ଧିବୁ ଏବଂ ସାରା ଭାରତ ଆମକୁ ଜାଣିବ।
ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ଗୌରବମୟ ବୋଲି ସମ୍ମାନୀୟ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ବକ୍ତବ୍ୟ ରଖିଥିଲେ।
ସେହିପରି ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ କହିଲେ ଯେଉଁ ଗଛର ମୂଳ ଯେତେ ଦୃଢ ସେ ସେତେ ଦୃଢ, ସେହିପରି ଓଡିଶା ଭାଷାକୁ ସୁଦୃଢ କରିବାକୁ ହେଲେ ତାର ମୂଳଦୁଆକୁ ସୁଦୃଢ କରିବାକୁ ହେବ।
ପରେ ଓଡ଼ିଶା ଦିବସ ଉପଲକ୍ଷେ କରାଯାଇଥିବା ଜିଲ୍ଲା ସ୍ତରରେ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଏବଂ ମହା ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଏବଂ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା (୩୧ ଜଣ ଛାତ୍ର/ଛାତ୍ରୀ ଙ୍କୁ) ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମେମ୍ବର, ପୌର ପରିଷଦ ମେମ୍ବର, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ପଂଚାୟତ ସ୍ତରୀୟ ମେମ୍ବର, ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାର ବିଭାଗୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ବିଭାଗୀୟ କର୍ମଚାରୀ ଏବଂ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଛାତ୍ରୀ/ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରୁଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031