Indus Valley Times

ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ୍ ତ୍ରି-ଦିବସୀୟ ପ୍ରଶିକ୍ଷଣ ଓ ରକ୍ତଦାନ ଶିବିର ଉଦ୍ଘାଟିତ

 Breaking News

ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ୍ ତ୍ରି-ଦିବସୀୟ ପ୍ରଶିକ୍ଷଣ ଓ ରକ୍ତଦାନ ଶିବିର ଉଦ୍ଘାଟିତ

ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ୍ ତ୍ରି-ଦିବସୀୟ ପ୍ରଶିକ୍ଷଣ ଓ ରକ୍ତଦାନ ଶିବିର ଉଦ୍ଘାଟିତ
January 29
20:07 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୧ : ବୌଦ୍ଧ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ୍ ର ତ୍ରି-ଦିବସୀୟ ପ୍ରଶିକ୍ଷଣ ଓ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି, କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଉଦ୍ଘାଟନ କରିଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଭାସ୍କର ଲେଙ୍କା, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶୋଭ ରଞ୍ଜନ ମାଳି, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା, କଣ୍ଟାମାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନୋଜ କୁମାର ଭୁକ୍ତା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ଓ ଜୁନିୟର ରେଡକ୍ରସ୍ ଅଧିକାରୀ ନବ କିଶୋର ଦୀପ ପ୍ରମୁଖ ମଞ୍ଚାସୀନ ଥିଲେ।
ଶ୍ରୀଯୁକ୍ତ ବେହେରା ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ଏବଂ ଆଗାମୀ ହେବାକୁ ଥିବା ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ନିଜ ଅଭିଭାଷଣରେ ବିଶ୍ୱ ମହାମାରୀ କରୋନା ସମୟରେ ରେଡକ୍ରସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସ୍ୱାସ୍ଥ୍ୟ, ସେବା ଏବଂ ବିଶ୍ୱ ବନ୍ଧୁତା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୨୦୦ ଜଣ ଜୁନିୟର, ୫୬ ଜଣ ଜୁନିୟର ରେଡକ୍ରସ୍ ପରାମର୍ଶଦାତା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୬୦ ଜଣ ନୂତନ ଅଣ ତାଲିମପ୍ରାପ୍ତ ଜୁନିୟର ରେଡକ୍ରସ୍ ପରାମର୍ଶଦାତା ପ୍ରଶିକ୍ଷଣ ନେବା ନିମନ୍ତେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ସର୍ବମୋଟ ରେକର୍ଡ ସଂଖ୍ୟକ ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ସମାଜରେ ପରୋପକାରକୁ ବ୍ରତ ଭାବରେ ଗ୍ରହଣ କରି ରକ୍ତଦାନ କରିଥିବା ବ୍ୟକ୍ତିମାନଙ୍କ ସହିତ ଜୁନିୟର ରେଡକ୍ରସ୍ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ରକ୍ତଦାନ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀ, ସମାଜସେବୀ ଓ ସାମ୍ବାଦିକମାନଙ୍କୁ ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ପ୍ରଶଂସାପତ୍ର ବଣ୍ଟନ କରାଯାଇଥିଲା।
କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବନମାଳୀ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ୍ ସଂଯୋଜକ ମଞ୍ଜିତ୍ ମୋହନ ଚାନ୍ଦ, ପ୍ରିୟମ୍ବଦା ସୁବୁଦ୍ଧି , ବରିଷ୍ଠ ଜୁନିୟର ରେଡକ୍ରସ୍ ପରାମର୍ଶଦାତା କୃଷ୍ଣଚନ୍ଦ୍ର ସେଠୀଙ୍କ ସମେତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାମାଳ ଯୋଗୀନ୍ଦ୍ର ଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଶିଶୁ ମନ୍ଦିର କଣ୍ଟାମାଳର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031