Indus Valley Times

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାଳନ

 Breaking News

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାଳନ

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାଳନ
March 07
19:40 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୩: ଜିଲ୍ଲା ସ୍ତରୀୟ ପଞ୍ଚାୟତି ରାଜ ଓ ଲୋକ ସେବା ଦିବସ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ପାଳିତ ହୋଇଯାଇଅଛି ।
ମୁଖ୍ୟ ଅତିଥି ରୂପେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ , ପଞ୍ଚାୟତି ରାଜ ଓ ପାନୀୟ ଜଳ ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ ସଂଙ୍କର୍ଷଣ ପ୍ରଧାନ, ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲାପାଳ ସତ୍ୟ ରଂଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳ ବେହେରା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେର, ଉପ ଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଯୋଗଦେଇଥିଲେ, ଓ ଜିଲ୍ଲା ସ୍ତରୀୟ ନିର୍ବାଚିତ ପ୍ରତିନିଧି ଏବଂ ଅଧିକାରୀ ଗଣ ଯୋଗ ଦାନ କରିଥିଲେ ।
ମୁଖ୍ୟ ଅତିଥି ଏବଂ ଜିଲ୍ଲାପାଳ ସବୁ ସମୟରେ ଜଣ ସାଧାରଣଙ୍କ ସେବା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ,ଏହି ଦିବସରେ ସରକାରଙ୍କ ଦ୍ଵାରା ଚୟନ ହୋଇଥିବା ଆଠ ଗୋଟି ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ଙ୍କୁ ମୁଖ୍ୟ ଅତିଥି ପ୍ରମାଣ ପତ୍ର ସହିତ ଅର୍ଥ ରାଶି ଦେଇ ସମ୍ମାନ୍ନୀତ କରିଥିଲେ, କସୁରବନ୍ଧ ଗ୍ରାମ ପଞ୍ଚାୟତ ସର୍ବାଧିକ ତିନୋଟି ବିଭାଗରେ ଉତ୍ତମ କାର‌୍ୟ୍ୟ ପାଇଁ ପୁରସ୍କୃତ ହୋଇଥିଲେ ।
ଅନ୍ୟ ପଞ୍ଚାୟତ ମାନଙ୍କ ମଧ୍ୟରେ ମୁଣ୍ଡାପଡା, ଖୁଣ୍ଟାବନ୍ଧ, ପଲସଗୋରା, ବାଣିଭୂଷଣପୁର, ତିଳେଶ୍ଵର, ଘଣ୍ଟାପଡା, ବନ୍ଧାପଥର ମଧ୍ୟ ପୁରସ୍କୃତ ହୋଇଥିଲେ ,ରାଜ୍ୟ ସ୍ତରରେ ଜିଲ୍ଲା ପରିଷଦ, ବୌଦ୍ଧ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେରଙ୍କୁ ଭୁବନେଶ୍ୱର ଠାରେ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।
ବଇଲବେଡା ଗ୍ରାମର ବୀର ମନହିରା ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
ବୌଦ୍ଧ,୭/୩: ବୌଦ୍ଧ ଜିଲ୍ଳା ଦୌରାଜଜ ବିକ୍ରମ କୁମାର ପ୍ରଧାନ ସୋମବାର ଦିନ ଏକ ହତ୍ୟା ମାମଲାର ବିଚାର କରି ତାଙ୍କ ରାୟରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେବାସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି, ଅଭିଯୁକ୍ତ ଜଣଙ୍କ ହେଲା ବୌଦ୍ଧ ଥାନା ବଇଲବେଡା ଗ୍ରାମର ବୁଡୁ ଝାଙ୍କର ( ୬୯) ,ମାମଲାରୁ ପ୍ରକାଶ ଯେ ବୌଦ୍ଧ ଥାନା ଅନ୍ତର୍ଗତ ବଇଲବେଡା ଗ୍ରାମର ବୀର ମନହିରା ତାଙ୍କ ଗ୍ରାମର ଅଭିଯୁକ୍ତ ବୁଡୁ ଝାଙ୍କର ( ୬୯) ପଡୋଶୀ ଥିଲେ ।
କୌଣସି କାରଣରୁ ଗତ ୨୨.୬.୨୧ରେ ଅଭିଯୁକ୍ତ ବୁଡୁ ଏକ ଟାଙ୍ଗି ଦ୍ୱାରା ସନ୍ଧ୍ୟ ୫ ଟା ସମୟରେ ବୀର ମନହିରାକୁ ବେକ ଓ ପିଠିରେ ହାଣି ଦେଇଥିଲା,ଘଟଣା ସ୍ଥଳରେ ବୀରର ମୃତ୍ୟୁ ଘଟିଥିଲା ।
ଏହି ଖବର ପାଇ ବୀର ମନହିରାର ପରିବାର ଲୋକ ଓ ଗ୍ରାମବାସୀ ବୁଡୁକୁ କାବୁ କରିବା ସହ ତା ଠାରୁ ଟାଙ୍ଗିକୁ ଛଡାଇ ରଖିବା ସହ ପୁଲିସକୁ ଖବର ଦେଇଥିଲେ, ଏନେଇ ଉକ୍ତ ଦିନ ମୃତ ବୀରର ନାତି ସଂଜିତ ମନହିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବୌଦ୍ଧ ଥାନା ପକ୍ଷରୁ ଥାନା କେସ ନଂ ୧୫୩ /୨୧ ରେ ଏକ ହତ୍ୟାମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଏହି ଘଟଣାରେ ପୁଲିସ ଅଭିଯୁକ୍ତ ବୁଡୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା,ପରବର୍ତ୍ତୀ ସମୟରେ ଏହି ମାମଲାଟି ଜିଲ୍ଲା ଦୌରାଜଜଙ୍କ ଅଦାଲତରେ (ଏସଟି ୬୧/୨୧) ରେ ବିଚାର ହୋଇଥିଲା, ସରକାରଙ୍କ ପକ୍ଷରୁ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ପ୍ରମାଣ ଥିବା ନେଇ ଅଦାଲତ ଅଭିଯୁକ୍ତ ବୁଡୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି ।
ଜରିମାନା ଅନାଦେୟ ହେଲେ ଅଧିକ ଛଅ ମାସ କାରାଦଣ୍ଡ ବୋଲି ରାୟରେ ଶୁଣାଇଛନ୍ତି, ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ ।

ବ୍ଲକ ସ୍ତରୀୟ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ବୈଠକ
ବୌଦ୍ଧ,୭/୩: ବୌଦ୍ଧ ସହର ରାଜବାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ବ୍ଲକର ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ବୈଠକ ବ୍ଲକ ସଭାପତି ରାଜକୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଶିକ୍ଷକ ମାନଙ୍କର ତିନି ଦଫା ଦାବୀ ଯଥା ଛଅଟି ଇନ୍କ୍ରିମେଣ୍ଟ ଦେଇ ଛଅ ବର୍ଷର ଠିକା ଅବଧିକୁ ମୂଳ ଚାକିରୀରେ ଗଣନା କରିବା,ସମସ୍ତ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଓ ନୂତନ ପେନସନ ବଦଳରେ ପରୁଣା ପେନସନକୁ ଲାଗୁକରିବା କୁ ଦାବୀ ନେଇ ରାଜ୍ୟର ସମସ୍ତ ଏନ ପି ଏସ ଶିକ୍ଷକ ଗତ ନଭେମ୍ବର ୨୭ ତାରିଖରେ ଭୁବନେଶ୍ୱର ଲୋୟର ପିଏମଜୀ ରେ ବିକ୍ଷୋଭ ପ୍ରଦର୍ଶନ କରି ସରକଙ୍କୁ ଜଣାଇଥିଲେ ।
ତତକାଳୀନ ମୁଖ୍ୟ ଶାସନ ସଚିବ ଏକ କମିଟି ଗଠନ କରି ପ୍ରତଶୃତି ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସରକାର କୌଣସି ପଦକ୍ଷେପ ନେଲେନାହଁ,ତେଣୁ ରାଜ୍ୟ ସଂଘର ପରାମର୍ଶ କ୍ରମେ ଆସନ୍ତା ୧୦ ତାରିଖରେ ବ୍ଲକ ସ୍ତରରେ ବିଇଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ଓ ୧୫ ତାରିଖରେ ରାଜ୍ୟ ସ୍ତରରେ ଆନ୍ଦୋଳନ କରାଯିବା ଉପରେ ଆଲୋଚନା କରାଯାଇଥିଲା ।
ଏଥି ପାଇଁ ଆସନ୍ତା ୮ ତାରିଖରେ କ୍ଲଷ୍ଟର ସ୍ତରରେ ଆଲୋଚନା କରି ସମସ୍ତ ଶିକ୍ଷକ ଉକ୍ତ ଆନ୍ଦୋଳନରେ ସାମିଲ ହେବାପାଇଁ ନିଷ୍ପତ୍ତି ନିଆଗଲା ।
ଉକ୍ତ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା କାର୍ଯ୍ୟକାରିଣୀ ର କାର୍ଯ୍ୟକାରି ସଭାପତି ଶମ୍ଭୁ ଗିରି, ଉପସଭାପତି ରଞ୍ଜିତା ମିଶ୍ର, କୋଷାଧ୍ୟକ୍ଷ ଅଶୋକ ଘିବେଲା, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ମେହେର, ବ୍ଲକ ସମ୍ପାଦକ ଉତ୍ତମ କୁମାର ନାୟକ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ସନ୍ତୋଷ କର୍ଣ୍ଣ, ଅଜିତ ମହାପାତ୍ର, ନିରଞ୍ଜନ ମେହେର, ମୋହନ କରଡିଆ, ବିକାଶ ଭଞ୍ଜ, ସନ୍ତୋଷ ମଲ୍ଲିକ, ରେଣୁପ୍ରଭା ବେହେରା, ରମାକାନ୍ତ ବେହେରା,ଦୁର୍ଗାଶଙ୍କର ପରିଜା, ସଞ୍ଜୟ ନାୟକ, ଜ୍ୟୋତିଷ ମେହେର, ସୁରେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031