Indus Valley Times

ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

 Breaking News

ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ
April 27
12:13 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୭/୪ : ପିଲା ଦିନରୁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ସୁଖ, ପ୍ରାଚୁର୍ଯ୍ୟ ରାଜକୀୟ ଐଶୂର୍ଯ୍ୟ ଛାଡ଼ି ସାଧାରଣ ଲୋକଙ୍କ ସହ ମିଶନ୍ତି । ଲୋକଙ୍କ ସମସ୍ୟା କଣ ଅଛି ସେ ସମ୍ବନ୍ଧରେ ଅବଗତ ହୁଅନ୍ତି । ଓଡ଼ିଶାକୁ ସମ୍ବୃଦ୍ଧ ରାଜ୍ୟ ଗଢିବାରେ ଉତ୍କଳମଣି ଗୋପବନ୍ଧୁ, ମଧୁସୂଦନ ଦାସ ଏବଂ ଫକୀରମୋହନ ସେନାପତିଙ୍କ ସହ ଉତ୍କଳ ସମ୍ମିଳନୀରେ ସେ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ୧ ଏପ୍ରିଲ ୧୯୩୬ ମସିହାରେ ଓଡ଼ିଶାକୁ ସ୍ଵତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ଦେବାରେ ଗଜପତିଙ୍କ ଅତୁଳନୀୟ ଅବଦାନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମହାରାଜା ଶ୍ରୀ କୃଷଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ ତମ ଜନ୍ମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫାଲ୍ୟ ମଣ୍ଡିତ ପ୍ରଧାନ ପ୍ରକାଶ କରିଛନ୍ତି ।
ଓଡ଼ିଶାର ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଏମ କେ ସି ଜି ଭେଷଜ ମହାବିଦ୍ୟାଳୟ ,ଏସ ସି ବି ମେଡିକାଲ କଲେଜ ଓ ହସପିଟାଲ, ସି ଆର ଆର ଆଇ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା,ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହ ଜଳସେଚନ, କ୍ରୀଡା ଆଦି କାର୍ଯ୍ୟକ୍ରମ ବିକଶିତ ଓଡ଼ିଶା ଗଠନରେ ଗଜପତିଙ୍କ ଅନବଦ୍ୟ ପ୍ରଚେଷ୍ଟା ଚିରସ୍ମରଣୀୟ ହୋଇ ରହିବ ବୋଲି କହିବା ସହ ତାଙ୍କର ତ୍ୟାଗ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଓଡ଼ିଶା ସମଗ୍ର ଭାରତ ବର୍ଷରେ ସୁଖ୍ୟାତି ଅର୍ଜ୍ଜନ କରିବ ବୋଲି ଆହ୍ଵାନ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗବେଷକ, ସାହିତ୍ୟିକ, ଲେଖକ ତଥା ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ଦାସ ଯୋଗଦେଇ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଇତିହାସରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ତ୍ୟାଗ, କର୍ତ୍ତବ୍ୟ ସର୍ବାଗ୍ରେ ରହିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ମହାରାଜାଙ୍କର ଖୋର୍ଦ୍ଧା ମାଟି ସହ ନିବିଡ଼ ସମ୍ପର୍କ ଥିଲା । ଓଡ଼ିଶାର ଅସ୍ମିତା, ଭାଷା , ସାହିତ୍ୟକୁ ମଜବୁତ୍ କରିବା ପାଇଁ ମୟୂରଭଞ୍ଜ ରାଜାଙ୍କ ସହ ସେ ନିବିଡ଼ ସମ୍ପର୍କ ରଖିଥିଲେ । ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଁ ସେ ଖୁବ୍ ପ୍ରଚେଷ୍ଟା ଓ ଲଢେଇ କରିଥିଲେ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଗଜପତି ମହାରାଜା ପୁରୋଧା ଥିଲେ । ଓଡ଼ିଶାରେ ଶିକ୍ଷା, ଶିଳ୍ପ, ଅର୍ଥନୈତିକ ମେରୁଦଣ୍ଡକୁ ସୁଦୃଢ କରିବା, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ପାରଳା ମହାରାଜାଙ୍କ ଅବଦାନ । ସେ ମଧ୍ୟ ବିହାର ଓ ଓଡ଼ିଶା ପକ୍ଷରୁ ଲଣ୍ଡନରେ ରାଉଣ୍ଡଟେବୁଲ ବୈଠକରେ ପ୍ରତିନିଧିତ୍ଵ କରିବାକୁ ସୁଯୋଗ ପାଇଥିଲେ ।
ତାଙ୍କର ବ୍ୟକ୍ତିତ୍ଵ ଅନନ୍ୟ ଓ ଅସାଧାରଣ ବୋଲି ବକ୍ତବ୍ୟରେ ଉପସ୍ଥାପନ କରି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଉତ୍କଳୀୟ ଭଲପାଇବା ଓ ନିଜ ମାଟିକୁ ଭଲପାଇବା ଦିବସରେ ସମସ୍ତଙ୍କ ପାଇଁ ଧେୟ ହେଉବୋଲି ବକ୍ତବ୍ୟ ରଖିଥିଲେ ।
ଦିବସରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ, ଖୋର୍ଦ୍ଧା,ଶ୍ରୀ କିଶୋର କୁମାର ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ ଯୋଗଦେଇ ଗଜପତି ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଦେବଙ୍କ ତ୍ୟାଗ ଆଦର୍ଶରେ ବ୍ରତି ହେଲେ ଆମ ରାଜ୍ୟ ଏକ ସୁନ୍ଦର ଓଡ଼ିଶା ଭାବେ ଗଢ଼ି ଉଠିବ ବୋଲି କହିଥିଲେ ।
ପ୍ରାରମ୍ଭରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ସମ୍ମାନିତ ଅତିଥି ଉପଜିଲ୍ଲାପାଳ ଶ୍ର କିଶୋର କୁମାର ପଣ୍ଡା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ ଗଜପତିଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଜିଲାସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସଭା ସଞ୍ଚାଳନ କରିବା ସହ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ । ଦିବସରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡାବିତ୍,ଯୁବକ ସମାଜ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031