Indus Valley Times

ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ

 Breaking News

ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ

ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ
May 02
11:13 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨/୫: ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂ ଦେଓ,ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ,ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣଙ୍କ ପ୍ରତିନିଧି,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ବିଧାୟକ ଙ୍କ ପ୍ରତିନିଧି,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ ମହାପାତ୍ର , ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ର ସଭାପତି ଜତି ପ୍ରଧାନ , ଟିଟିଲାଗଡ ଉପ ଜିଲ୍ଲାପାଳ ରେହାନ କ୍ଷେତ୍ରୀ,ବଲାଙ୍ଗିର ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲ,ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା ଙ୍କ ସମେତ ଯୋଗାଣ ବିଭାଗ,ସମବାୟ ବିଭାଗ,କୃଷି ବିଭାଗ,ଜଳସେଚନ ବିଭାଗ,ନିୟନ୍ତ୍ରିତ ବଜାର କମିଟି ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ବୈଠକ ପ୍ରାରମ୍ଭ ରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରିବା ସହ ବଲାଙ୍ଗିର ଜିଲ୍ଲା ରେ ରବି ଧାନ କ୍ରୟ ପ୍ରକ୍ରିୟା ଓ ଏ ସମ୍ପର୍କରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ବୈଠକର ନିଷ୍ପତ୍ତି ଅନୁସର୍ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୨୩ ତାରିଖ ଠାରୁ ରବି ଧାନ କ୍ରୟ ଆରମ୍ଭ ହେବ।
ଏଥି ନିମନ୍ତେ ୧୧୨ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ୧୦ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ,ସମୁଦାୟ ୧୨୨ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ପଞ୍ଜୀକୃତ ଚାଷୀ ମାନଙ୍କ ଠାରୁ ରବି ଧାନ କ୍ରୟ କରାଯିବ।
ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୧୧୬୫୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି।ସମୁଦାୟ ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟ ର ଟାର୍ଗେଟ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା କୁ ମିଳିଛି।ଗ୍ରୀଷ୍ମ ପ୍ରବାହ ତଥା ଅଦିନିଆ ବର୍ଷା କୁ ଦୃଷ୍ଟି ରେ ରଖି ସମସ୍ତ ଧାନ କ୍ରୟ କେନ୍ଦ୍ର ଗୁଡିକରେ ଆନୁସାଙ୍ଗିକ ବ୍ୟବସ୍ଥା କରିବା ସହ ପାନୀୟ ଜଳ,ବିଜୁଳି,ଟାରପୋଲିନ ଓ ଚାଷୀ ମାନଙ୍କ ନିମନ୍ତେ ଆଶ୍ରୟ ସ୍ଥଳୀ ପ୍ରତି ବିଶେଷ ଗୁରୁତ୍ଵ ଦେବା ସହ ଚାଷୀ ମାନେ ଯେପରି ରବି ଧାନ ବିକ୍ରୟକୁ ସହଜ,ସୁବିଧା ଓ ସ୍ଵଚ୍ଛତା ରେ କରିପାରିବେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରବିଧାନ କ୍ରୟ ପ୍ରକ୍ରିୟା ର ସମସ୍ତ ସୂଚନା ଯେପରି ଚାଷୀ ମାନେ ପାଇପାରିବେ ସେ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ ଧାନ କ୍ରୟ କେନ୍ଦ୍ର ଗୁଡିକରେ ସିସିଟିଭି ର ସଂଯୋଗ ସହ ଏହାର ଉପଯୁକ୍ତ କାର୍ଯ୍ୟକାରିତା କୁ ସୁନିଶ୍ଚିତ କରିବା,କୋଭିଡ ଉଚିତ ବ୍ୟବହାର ର ଅନୁପାଳନ କରିବା,ଧାନ କ୍ରୟ କେନ୍ଦ୍ର ଗୁଡିକରେ ଧାନ ପହଞ୍ଚିବା ରେଜିଷ୍ଟର ଉପଲବ୍ଧ କରିବା ଏବଂ ଫ୍ଲାଇଙ୍ଗ ସ୍କ୍ବାଡ଼ ଗଠନ କରି ନିୟମିତ ତଦାରଖ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଲୋକ ପ୍ରତିନିଧି ମାନେ କରୁଥିବା ଅଭିଯୋଗ ତଦନ୍ତ କରି କଣ କଣ ପଦକ୍ଷେପ ନିଆ ଗଲା ଜଣେଇବାକୁ ଆଦେଶ ଦେଇଥିଲେ।
ବୈଠକ ଶେଷରେ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031