Indus Valley Times

ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ

 Breaking News

ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ
March 13
12:44 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୩/୩: ସଦର ମହକୁମାସ୍ଥିତ କୋଶଲ କଳା ମଣ୍ଡଳ ପଡିଆ ରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ର ମିଳିତ ଆନୁକୂଲ୍ୟ ରେ ଲକ୍ଷପତି ଦିଦି ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ଏକ ଜନ ମଙ୍ଗଳ ରାଷ୍ଟ୍ର ରେ ମହିଳା ଙ୍କୁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।ମହିଳା ମାନେ ରୋଜଗାର କ୍ଷମ ହୋଇପାରିଛନ୍ତି ବୋଲି ସେ କହିଥିଲେ।
ସେହିପରି କର୍ମଶାଳା ରେ କେବଳ ଅଧିକାରୀ ନିଜ ବିଭାଗ କଥା ନ କହି ମହିଳାମାନେ ମଧ୍ୟ ପ୍ରଶ୍ନ ପଚାରନ୍ତୁ ବୋଲି କହିଥିଲେ।
ଦୁଇ ପକ୍ଷରୁ ଆଲୋଚନା ହେଲେ କର୍ମଶାଳାର ସଠିକ ପରିଣାମ ବାହାରିବ ବୋଲି କହିଥିଲେ।ଜିଲ୍ଲା ପରିଷଦ ମୁଖ୍ୟ ଅଧିକାରୀ ଲକ୍ଷ ପତି ଦିଦି ଯୋଜନା ବିଷୟ ରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ ରୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଉପସ୍ଥିତ ରହିବା ସହିତ ନିଜ ନିଜ ପଞ୍ଚାୟତ ପାଇଁ ଯେଉଁ ମାନେ ସବୁ ନିଜ ଜୀବିକା ଜରିଆରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜି ନିଜକୁ ଜଣେ ଜଣେ ଲକ୍ଷପତି ଦିଦି ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେମାନେ ନିଜର ଅଭିଜ୍ଞତା ସର୍ବ ସମ୍ମୁଖରେ ଉପସ୍ଥାପନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଲକ୍ଷପତି ଦିଦି ମାନେ ନିଜର ସଫଳ କାହାଣୀ ଉପସ୍ଥାପନା କରି ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ।
ଅନ୍ୟାନ୍ୟ ଲାଇନ୍ ବିଭାଗ ରୁ ଆସିଥିବା ଅଧିକାରୀ ମାନେ ନିଜ ବିଭାଗର ଯୋଜନା ଦ୍ୱାରା ଜଣେ ମହିଳା କିପରି ସ୍ୱାବଲମ୍ବୀ ହୋ ଲକ୍ଷପତି ଦିଦି ହୋଇପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ରାଜ୍ୟ ସରକାରଙ୍କ ଯୋଜନା ମୁତାବକ ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ଏବଂ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ମହିଳା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବା ସହିତ ସେମାନଙ୍କ ରୋଜଗାର ବୃଦ୍ଧି କରିବା ଏହି ଲକ୍ଷପତୀ ଦିଦି ଯୋଜନାର ମୂଳ ଲକ୍ଷ୍ୟ ବୋଲି ମତପ୍ରକାଶ ପାଇଥିଲା।ମାଛ ଚାଷ, କୁକୁଡ଼ା ଚାଷ,ଗୋପାଳନ ଏବଂ ଅନ୍ୟାନ୍ୟ ବ୍ୟବସାୟ କରିବାକୁ ମହିଳା ମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ଜିଲ୍ଲାର ୧୪ ଟି ବ୍ଲକ ରୁ ଚାରି ହଜାରରୁ ଉର୍ଧ୍ଵ ସଂଖ୍ୟାରେ ମହିଳା ମାନେ ଆସି ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମ ରେ ଅତିରିକ୍ତ ପିଡି ତରଣୀ ସୁନା,ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ,ସିଡ଼ିଭିଓ ଅଞ୍ଜନ ଦାସ,ଏଲଡିଏମ ପ୍ରଶାନ୍ତ କୁମାର ବେହେରା,ମସ୍ୟ ଅଧିକାରୀ ଉମେଶ ଧରୁଆ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031