Indus Valley Times

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ” ଉଦଯାପିତ

 Breaking News

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ” ଉଦଯାପିତ

October 11
10:48 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୧୦: ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ” ଉଦଯାପିତ ଅଦ୍ୟ ତା ୧୦.୧୦.୨୦୨୩ ରିଖରେ ସ୍ଥାନୀୟ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷୃ ବାଳାଶ୍ରମ, ବିରନରସିଂହପୁର, ବୌଦ୍ଧ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୩” ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଅଛି । ଉଦଯାପନି ସଭାରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ, ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ ଶିଶୁ ମାନଙ୍କ ପାଇଁ ସରକାର ସବୁବେଳେ ତପ୍ତର ଓ ସେମାନଙ୍କ ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ ।
ସରକାର ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କର ଲୁକାୟୀତ ପ୍ରତିଭାର ପରିପ୍ରକାଶ, ବିକାଶ ତଥା ଚିହ୍ନଟିକରଣ କରି ଜିଲ୍ଲା, ରାଜ୍ୟ ତଥା ଯାତୀୟ ସ୍ତରରେ ସମ୍ମାନୀତ କରିବାପାଇଁ ସୁଯୋଗ ସୃଷ୍ଠି କରିଛନ୍ତି ଏବଂ ସେମାନଙ୍କର ଅଂଶଗ୍ରହଣ କରିବାର ଅଧିକାର କୁ ସୁନିଶ୍ଚିତ କରିଛନ୍ତି ।
ସମ୍ମାନୀତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରଶାଦ ଯୋଗଦେଇ ଶିଶୁ ମାନଙ୍କ ପ୍ରତିଭା କୁ ପ୍ରଶଂଶା କରିବା ସହ କୌଣସି ଅସୁବିଧା ହେଲେ ପୋଲିସ ତଥା ଜିଲ୍ଲା ପ୍ରଶାସନର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ସେକ୍ରେଟାରୀ ରାମକୃଷ୍ଣ ବାଳାଶ୍ରମ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ବଘାର, ତାଙ୍କର ମତବ୍ୟକ୍ତ କରିଥିଲେ ।
ଶିଶୁ ପ୍ରତିନିଧି କୁମାରୀ ସ୍ୱାଗତିକା ପ୍ରଧାନ ଯୋଗଦେଇ ଦୁଇଦିନ ଧରି ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାର ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉଦ୍‌ଘାଟନି ଉତ୍ସବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ଧକ୍ଷ ଶ୍ରୀୟୁକ୍ତ ଦାମୋଦର ସାହୁ ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ ପ୍ରଦୀପ ପଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଶିଶୁ ମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ବକୃତା, ଡ୍ରଇଂ ଓ ଅନ୍ୟାନ୍ୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଦୁଇ ଗୋଟି ଶିଶୁଯତ୍ନ ଅନୁଷ୍ଠାନର ପ୍ରତ୍ୟେକ ବିଭାଗରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ଏହି ପ୍ରତିଯୋଗିତାରେ ମୋଟରେ ୮୦ ଶିଶୁ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨୮ ଜଣ ପ୍ରତିଯୋଗି ଆସନ୍ତା ମାସରେ କଳିଙ୍ଗ ଷ୍ଠାଡିୟମ, ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଶଂଗ୍ରହଣ କରିବେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିବା ବେଳେ ୟୁନିଟ୍ ର ବସନ୍ତ ଦିଶିରି, ସହଦେବ ନାୟକ, ଚିତ୍ରସେନ୍ ସାହୁ ଏବଂ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତା ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031