Indus Valley Times

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ତାଲିମ ଅନୁଷ୍ଟିତ

 Breaking News

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ତାଲିମ ଅନୁଷ୍ଟିତ

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ତାଲିମ ଅନୁଷ୍ଟିତ
March 29
20:48 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୯/୩ : ବଲାଙ୍ଗୀର ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ତାଲିମ ଅନୁଷ୍ଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁଗେଶ୍ୱର୍ ମହାନ୍ତି ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।
କିଶୋର ନ୍ୟାୟ ଆଇନ୍ ୨୦୧୫,ଶିଶୁ ଶ୍ରମିକ ଆଇନ୍ , ଫୋଷ୍ଟୋର କେୟାର,ଆପ୍ଟର କେୟାର,ବାଲ୍ୟ ବିବାହ ଆଇନ୍, ପୋଷ୍ୟ ସନ୍ତାନ ଗ୍ରହଣ ଆଇନ୍,ପୋସକୋ ଆଇନ୍,ଚାଇଲ୍ଡ ହେଲ୍ପ ଲାଇନ ୧୦୯୮ ବିଷୟରେ ସଚେତନତା ସୃଷ୍ଟି କରିବାପାଇଁ ତାଲିମ ମାଧ୍ୟମରେ ଆହ୍ବାନ କରିଥିଲେ।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆଶ ଶିଶୁ ମାନଙ୍କର ଯତ୍ନ, ସୁରକ୍ଷା ପାଇଥିବା ଶିଶୁ ଯତ୍ନ ଅନୁଷ୍ଠାନ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।
ଏହି ଅବସରରେ ଏଡ୍ ଏଡ୍ ଆକ୍ସନ ର ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଜିଲ୍ଲା ପରାମର୍ଶଦାତା ଆଲିଶା ଚକ୍ରବର୍ତ୍ତୀ ଉପସ୍ଥିତ ରହି ବାଲ୍ୟ ବିବାହ ଆଇନ୍ କାନୁନ୍ ଉପରେ ସଚେତନତା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଏହି ତାଲିମର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ଶିଶୁ ସୁରକ୍ଷା ଯତ୍ନ ପାଇଁ ଥିବା ବିଭିନ୍ନ ଯୋଜନା ଯଥା ଆଶୀର୍ବାଦ,ଗ୍ରୀନ ପାସେଜ,ପନସର୍ ସିପ୍,ପୃଷ୍ଟ ପୋଷକତା ରାଶି,ଯଶୋଦା ଯୋଜନା ର ଆବଶ୍ୟକତା ଉପରେ ସମ୍ୟକ୍ ଧାରଣା ଦେଇଥିଲେ।
କାର୍ଯ୍ୟକ୍ରମରେ ଆଶିଷ ନାୟକ,ଚାଇଲ୍ଡ ହେଲ୍ପ ଲାଇନର ବସନ୍ତ ହରିପାଲ,ସୁଦାମ ଖମାରୀ,ଶୁଭମ୍ ଜେନା,ସୁନ୍ଦର ସା,ଶ୍ରଦ୍ଧାଞ୍ଜଳି ସିଂ ପ୍ରମୁଖ ଉପସ୍ଥିତ ରହି ତାଲିମ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031