Indus Valley Times

ଜି. ଉଦୟଗିରି ଥାନା ଏସଆଇଙ୍କ ଆତ୍ମହତ୍ୟା

 Breaking News

ଜି. ଉଦୟଗିରି ଥାନା ଏସଆଇଙ୍କ ଆତ୍ମହତ୍ୟା

August 27
19:37 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୭/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନାର ସବ -ଇନ୍ସପେକଟର ସାଗରିକା ବେହେରା ଶୁକ୍ରବାର ରାତିରେ ନିଜ ସରକାରୀ ବାସଭବନରେ ସିଲିଂ ଫ୍ୟାନରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।
ଆତ୍ମହତ୍ୟା ର କାରଣ ଜଣାପଡିନାହିଁ ।
ତେବେ, ସେ ଗଲା କିଛି ଦିନ ହେଲା ମାନସିକ ଚାପରେ ଥିବା ଅନୁମାନ କରାଯାଉଥିଲା । ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡିଛି ଖବର ପାଇ ପୋଲିସ ଏସ୍ଡ଼ିପିଓ ଓ ଅନ୍ୟମାନେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।
ସାଗରିକା ଅବିବାହିତ ଥିଲେ ହେଲେ ଜଣେ ସଚ୍ଚୋଟ ଓ ନିର୍ଭିକ ପୋଲିସ ଅଫିସର ଭାବେ ବେଶ ଜଣାଶୁଣା ଥିଲେ । ସାଗରିକାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୋଲିସ ଅଫିସରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031