Indus Valley Times

ଜି.ଉଦୟଗିରି ପୌର ନିର୍ବାଚନ : ବିଜ୍ଞାପିତ ଅଞ୍ଚଳରେ ଥିବା ସମସ୍ୟାକୁ ନେଇ ମତଦାତା ଅସନ୍ତୁଷ୍ଟ

 Breaking News

ଜି.ଉଦୟଗିରି ପୌର ନିର୍ବାଚନ : ବିଜ୍ଞାପିତ ଅଞ୍ଚଳରେ ଥିବା ସମସ୍ୟାକୁ ନେଇ ମତଦାତା ଅସନ୍ତୁଷ୍ଟ

March 19
18:49 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୯/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୪୨ ବର୍ଷ ପୂରଣ କରି ୪୩ ବର୍ଷରେ ପାଦ ଥାପିଛି । ହେଲେ ବି ଏବେ ବି ଅନେକ ସମସ୍ୟା ଘେରରେ ରହିଛି ଏହି ବିଜ୍ଞାପିତ ଅଞ୍ଚଳ । ପାନୀୟ ଜଳ ସମସ୍ୟା ଏବେ ବି ଲାଗି ରହିଛି ।
ବସଷ୍ଟାଣ୍ଡ, ଡ୍ରେନେଜ,ଉଛେଦ ବ୍ୟବସାୟୀ ଙ୍କୁ ଥଇଥାନ, ଯାତ୍ରୀ ବିଶ୍ରାମାଗାର,ଭେଣ୍ଡିଂ ଜୋନ,ବିଭିନ୍ନ ଛକରେ ପରିଶ୍ରାଗାରମାନଙ୍କରେ କେବଳ ତାଳି ପକା କାମ ହେଉଥିବା ଅଭିଯୋଗ ହୋଇଛି । ଏବେ ପୌର ନିର୍ବାଚନ ଆସୁଥିବାରୁ ପ୍ରଚାର ଜୋରଦାର ଚାଲିଛି ।
ତେବେ ମତଦାତାମାନେ ପ୍ରତିଶ୍ରୁତି ନୁହେଁ କାମ କରିବା ପାଇଁ ପ୍ରାର୍ଥୀମାନଙ୍କୁ କହିଛନ୍ତି । ନୂଆ କରି ହୋଇଥିବା ଏନ୍ଏସ୍ସି ମାନଙ୍କରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ବେଳେ ଜି. ଉଦୟଗିରିର ସମସ୍ୟାକୁ ନେଇ ମତଦାତାମାନେ ପ୍ରଶ୍ନ କରିଛନ୍ତି । ପରିବର୍ତ୍ତନର ସ୍ୱର ଜୋର ଧରିଛି ।
ତେବେ ଦେଖିବାକୁ ପଡିବ କେଉଁ ପ୍ରାର୍ଥୀ ମତଦାତାଙ୍କୁ ପ୍ରଭାବିତ କରିପାରୁଛନ୍ତି ନା ମତାଦାତା ଠିକ୍ ପ୍ରାର୍ଥୀଙ୍କୁ ନିର୍ବାଚିତ କରୁଛନ୍ତି । ପାନୀୟ ଜଳ ସମସ୍ୟା ଲାଗି ରହିଛି ।
ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ କାର‌୍ୟ୍ୟକ୍ଷମ ହେବା ,୧୨ ବର୍ଷ ହେଲା ଉଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରିବା, ଯାତ୍ରୀ ବିଶ୍ରାମାଗାର ଓ ପରିଶ୍ରାଗର ନିର୍ମାଣ, ଜି.ଉଦୟଗିରି କୁ ଉପଖଣ୍ଡ ମାନ୍ୟତା, ଡାକ୍ତରଖାନା ରେ ଦୀର୍ଘ ଦିନ ହେଲା ଖାଲି ପଡିଥିବା ଡାକ୍ତରୀ ପଦବୀ ପୂରଣ, ଭେଣ୍ଡିଂ ଜୋନ ପ୍ରତିଷ୍ଠା ଭଳି ବିବିଧ ସମସ୍ୟା ସମାଧାନ ପାଇଁ ଦାବି ହୋଇଛି । ତେବେ ନିର୍ବାଚନରେ ପ୍ରାର୍ଥୀମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି । କେବେ ଏହି ସମସ୍ୟା ଦୂର ହେବ ତାହାହିଁ ଚଳିତ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଆଲୋଚନା ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031