Indus Valley Times

ଜୁଆ ଅଡ୍ଡାରେ ଚଢଉ ୯ ବାଇକ ଜବତ

 Breaking News

ଜୁଆ ଅଡ୍ଡାରେ ଚଢଉ ୯ ବାଇକ ଜବତ

ଜୁଆ ଅଡ୍ଡାରେ ଚଢଉ ୯ ବାଇକ ଜବତ
March 20
10:16 2024

ଟୁନା ସିଂଙ୍କ ରିପୋର୍ଟ
ବୋରିଗୁମ୍ମା, ୨୦/୩ : ବୋରିଗୁମ୍ମା ଏସଡ଼ିପିଓ ତପସ୍ୱିନୀ କଁଅର ନିର୍ଦେଶ କ୍ରମେ ବୋରିଗୁମ୍ମା ଥାନା ଅଧିକାରୀ ଯୁଗଳ କିଶୋର ସାଙ୍କ ନେତୃତ୍ୱରେ ଜୁଝାରୀ ପଞ୍ଚାୟତ ମଝି ଜଙ୍ଗଲ ରେ ଚାଲିଥିବା ଏକ ଜୁଆ ଅଡ୍ଡାରେ ଚଢ଼ଉ କରି ୯ ବାଇକ, ୨ ଟି ତାସ ପ୍ୟାକେଟ, ଖେଳପାଇଁ ବ୍ୟବହୃତ ମେଟ ଓ ନଗଦ ୧୨୪୦/-ଟଙ୍କା ଜବତ କରିଥିବା ଥାନା ଅଧିକାରୀ ଯୁଗଳ କିଶୋର ସା ସୂଚନା ଦେଇଛନ୍ତି ।
ଗତକାଲି ରାତ୍ର ସମୟରେ ଜୁଝାରୀ ଗ୍ରାମ ପଞ୍ଚାୟତର ମଝି ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ସୂଚନା ପାଇ ଏସଡିପିଓ ବୋରିଗୁମ୍ମା ଓ ଥାନାଅଧିକାରୀ ନେତୃତ୍ୱରେ ଏକ ଟିମ ଚଢଉ କରିଥିଲେ ।
ଚଢ଼ଉ ବେଳେ ଘଟଣା ସ୍ଥଳରୁ ଜୁଆଡ଼ି ମାନେ ଦୌଡ଼ି ଚମ୍ପଟ ମାରିଥିଲେ ।
ଜବତ ୯ ବାଇକ ଓ ନଗଦ ଟଙ୍କା ଓ ବ୍ୟବହୃତ ଖେଳ ସାମଗ୍ରୀ ବିରୁଦ୍ଧରେ ଆଇପିସି ଧାରା ମାମଲା ରୁଜୁ କରି କେସ ନଂ ୭୨/୨୪ କରା ଯାଇଥିବା ଜଣାପଡିଛି ।
ଜୁଆ ଅଡ୍ଡାରୁ ପୁଲିସ ନଗଦ ୧୨୪୦/- ଟଙ୍କା ସହ ୯ ଟି ବାଇକ, ଏକ ଖେଳପାଇଁ ବ୍ୟବହୃତ ମେଟ, ୨ ଟି ପେକେଟ ତାସ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏଏସଆଇ ଗୋପାଳ ହରିଜନ ଏହାର ତଦନ୍ତ ଭାର ନେଇଥିବା ଜଣାପଡିଛି ଏବଂ ଯଥାଶୀଘ୍ର ଜୁଆଡ଼ି ମାନଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ଯୁଗଳ କିଶୋର ସା ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930