Indus Valley Times

ଜୁଲାଇ ୧୬ର ଜେଇ ସିଭିଲ୍ ମେନ୍ ପରୀକ୍ଷା ରଦ୍ଦ, ସେପ୍ଟେମ୍ୱର ୩ରେ ପୁଣି ହେବ ପରୀକ୍ଷା

 Breaking News

ଜୁଲାଇ ୧୬ର ଜେଇ ସିଭିଲ୍ ମେନ୍ ପରୀକ୍ଷା ରଦ୍ଦ, ସେପ୍ଟେମ୍ୱର ୩ରେ ପୁଣି ହେବ ପରୀକ୍ଷା

July 23
19:42 2023

ଭୁବନେଶ୍ୱର,୨୩/୭ : ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ JE ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଲେ OSSCଚେୟାରମ୍ୟାନ ଅଭୟ। ବାଲେଶ୍ୱର ଏସପିଙ୍କ ରିପୋର୍ଟ ଅନୁସାରେ ପରୀକ୍ଷା ରଦ୍ଦ ହୋଇଛି। ଏଥିସହ ସେପ୍ଟେମ୍ବର ୩ରେ ସାନି ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି।
ସେପଟେ ବାଲେଶ୍ୱର ଏସପି ସାଗରିକା ନାଥ ଆଜି ସୂଚନା ଦେଇଛନ୍ତି ଯେ, ଗତ ୧୬ ତାରିଖରେ ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରୁ ଗିରଫ ୯ ଜଣ ଯୁବକ JE ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରିଥିବା ସ୍ୱୀକାର କରିଛନ୍ତି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ସେମାନେ ପ୍ରଶ୍ନପତ୍ର ପିଛା ପିଲାଙ୍କ ଠାରୁ ୮ରୁ ୧୦ ଲକ୍ଷ ନେଉଥିଲେ। ଓଡ଼ିଶା ସହିତ ବିହାର, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ବି ସେମାନେ ଏହି ରାକେଟ୍ ଚଳାଇଥିଲେ।
ଏହାର ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଛି ଏବଂ ସେ ରାଜ୍ୟ ବାହାରେ ରହିଛି। ତାକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅନୁସନ୍ଧାନରୁ ସ୍ପଷ୍ଟ ହେବା ପରେ ସେ ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନକୁ
ଅବଗତ କରିଥିଲେ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031