Indus Valley Times

ଜ୍ୟୋସ୍ନାମୟୀ ପଟ୍ଟନାୟକ ମାନବାଧିକାର ସୁରକ୍ଷା କ୍ଷେତ୍ରରେ ଡକ୍ଟରେଟ ଉପାଧି ପ୍ରଦାନ

 Breaking News

ଜ୍ୟୋସ୍ନାମୟୀ ପଟ୍ଟନାୟକ ମାନବାଧିକାର ସୁରକ୍ଷା କ୍ଷେତ୍ରରେ ଡକ୍ଟରେଟ ଉପାଧି ପ୍ରଦାନ

December 14
18:56 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୪/୧୨:ମାନବ ଅଧିକାର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ବିଶ୍ଵ ମାନବାଧିକାର ସୁରକ୍ଷା ସଙ୍ଗଠନ ନୟାଗଡ଼ ଜିଲ୍ଲା ସଭାପତି ଜ୍ୟୋସ୍ନା ମୟୀ ପଟ୍ଟନାୟକଙ୍କୁ WHRPO ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ। ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ନେପାଳ ରାଷ୍ଟ୍ର ଦୂତ ଆନନ୍ଦ ପ୍ରସାଦ ଶର୍ମା, ଦକ୍ଷିଣ ଆଫ୍ରିକାର ସଙ୍ଗଠନ ମୁଖ୍ୟ ପରାମର୍ଶଦାତା ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ, ମରିସସ ବିଶ୍ଵ ଯୁବ ପରିଷଦର ସମ୍ପାଦକ ଜଷ୍ଟିସ ଅମରନାଥ ଦେ , ଚାଟାର୍ଜୀ, ଓଡ଼ିଶାର ପୁର୍ବତନ ବିଚାରପତି ମନୋରଞ୍ଜନ ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ, WHRPOର ରାଷ୍ଟ୍ରୀୟ ସଭାପତି ଅଭିନ କୁମାର ହୋତା ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ଜ୍ୟୋସ୍ନା ମୟୀ ପଟ୍ଟନାୟକ ଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲେ। ଏହି ସମ୍ମାନ ଜନକ ଉପାଧି ପାଇବାପରେ ନୟାଗଡ଼ ତଥା ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶ୍ରୀମତୀ ପଟ୍ଟନାୟକ ଙ୍କୁ ଶୁଭେତ୍ସା ର ସୁଅ ଆସିବା ରେ ଲାଗିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031