Indus Valley Times

ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ ଦେବୀ ଆଉ ନାହାନ୍ତି

 Breaking News

ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ ଦେବୀ ଆଉ ନାହାନ୍ତି

ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ ଦେବୀ ଆଉ ନାହାନ୍ତି
January 02
17:21 2023

ଜୟପୁର,୨/୧: କୋରାପୁଟ ଜିଲ୍ଲା ଜୟପୁର ରାଜପରିବାରର ମହାରାଣୀ ରମା କୁମାରୀ ଦେବୀଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ମୋତି ମହଲରେ ତାଙ୍କର ପରଲୋକ ହୋଇଛି। ମହାରାଣୀ ରମା କୁମାରୀଙ୍କ ମୃତଦେହ ନିକଟରେ ତାଙ୍କ ସାନ ବୋହୂ ସାରିକା ଦେବୀ ଓ ନାତି ଚନ୍ଦ୍ରଚୂଡ଼ ଉପସ୍ଥିତ ଅଛନ୍ତି। ଆଉଜଣେ ବୋହୂ ବିଶାଖାପାଟଣାରୁ ଆସୁଥିବାର ସୂଚନା ମିଳିଛି। ସେ ପହଞ୍ଚିବା ପରେ ଜୟପୁର ସହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ରାଣୀ ରମା କୁମାରୀ ଦେବୀଙ୍କର ଅନ୍ତିମ ସଂସ୍କାର କରାଯିବ।
ଏଣେ ରାଣୀଙ୍କ ମୃତ୍ୟୁ ଖବର ପାଇ ଜୟପୁର ରାଜପ୍ରସାଦରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ଉଲ୍ଲେଖଯୋଗ୍ୟ, ରମା କୁମାରୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ସ୍ବର୍ଗତ ରାମକୃଷ୍ଣ ଦେଓଙ୍କ ପତ୍ନୀ। ତାଙ୍କର ଦୁଇ ପୁଅଙ୍କର ଆଗରୁ ଦେହାନ୍ତ ହୋଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031