Indus Valley Times

ଝାରସୁଗୁଡ଼ାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଆବୋଲି ସୁନୀଲ ନରୱଣେ

 Breaking News

ଝାରସୁଗୁଡ଼ାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଆବୋଲି ସୁନୀଲ ନରୱଣେ

ଝାରସୁଗୁଡ଼ାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଆବୋଲି ସୁନୀଲ ନରୱଣେ
April 07
11:44 2023

ଝାରସୁଗୁଡ଼ା,୭/୪ : ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଝାରସୁଗୁଡ଼ାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ।ସୋନପୁରର ଜିଲ୍ଲାପାଳ ଥିବା ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ସୋନପୁର ଇଊଗଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇ ତୁରନ୍ତ ତାଙ୍କୁ କାର୍ଯ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି ସୁନୀଲ ନରବାଣେଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତକାଲି ରାତିରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି।
ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା। ପୂର୍ବରୁ ସରୋଜ ସାମଲଝାରସୁଗୁଡ଼ାର ଜିଲ୍ଲାପାଳ ଥିବା ବେଳେ ତାଙ୍କ ସ୍ଥାନରେ ନରବାଣେ ନୂଆ ଜିଲ୍ଲାପାଳ ଭାବେନିଯୁକ୍ତି ପାଇଛନ୍ତି।
ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏପ୍ରିଲ ୧୩ ତାରିଖରେ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏପ୍ରିଲ ୨୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଏପ୍ରିଲ ୨୪ ରହିଛି। ମେ’ ୧୦ରେ ଭୋଟ୍ ପରେ ୧୩ ତାରିଖରେ ଗଣତି ହେବ। ଉପନିର୍ବାଚନର ଏହି ପୂରା ପ୍ରକ୍ରିୟା ମେ’ ୧୫ ତାରିଖରେ ଶେଷ ହେବ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031