Indus Valley Times

ଝିଅକୁ ଦୁଷ୍କର୍ମ ମାମଲା: ବାପାକୁ ୨୦ ବର୍ଷ ଜେଲ୍‌ଦଣ୍ଡ, ୫ହଜାର ଟଙ୍କା ଜରିମାନା

 Breaking News

ଝିଅକୁ ଦୁଷ୍କର୍ମ ମାମଲା: ବାପାକୁ ୨୦ ବର୍ଷ ଜେଲ୍‌ଦଣ୍ଡ, ୫ହଜାର ଟଙ୍କା ଜରିମାନା

ଝିଅକୁ ଦୁଷ୍କର୍ମ ମାମଲା: ବାପାକୁ ୨୦ ବର୍ଷ ଜେଲ୍‌ଦଣ୍ଡ, ୫ହଜାର ଟଙ୍କା ଜରିମାନା
August 05
19:40 2025

ଯାଜପୁର, ୫/୮: ବହୁଚର୍ଚ୍ଚିତ ଜନ୍ମ କଲା ବାପା ନିଜ ଝିଅକୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ୨୦୨୪ ମସିହାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଂଚଳରେ ନିଜ ଝିଅକୁ ବାପା ଦୁଷ୍କର୍ମ ଘଟଣାର ରାୟ ଶୁଣାଇଛନ୍ତି କୋର୍ଟ। ମାମଲାର ଶୁଣାଣୀ କରି ସ୍ୱତନ୍ତ୍ର ପୋସ୍କୋ ଜଜ ଅଭିଯୁକ୍ତ ବାପା ପ୍ରଶାନ୍ତ ଦାସଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
୧୮ ଜଣ ସାକ୍ଷ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଣୁଣାଯାଇଛି। ସେହିପରି ପିଡିତାକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି।
ଘଟଣା ମୁତାବିକ, ୨୦୨୪ ମସିହାରେ ମାଆ ଘରେ ନଥିବାର ସୁଯୋଗ ନେଇ ବାପା ନିଜ ଜନ୍ମ କଲା ଝିଅକୁ କରିଥିଲା ଦୁଷ୍କର୍ମ। ଏନେଇ ଥାନାରେ ଅଭିଯୋଗ ହେଲା ପରେ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା ପୁଲିସ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ଦୋଷୀକୁ ତରୁନ୍ତ ଦଣ୍ଡ ଦିଆଯାଉ ବୋଲି ଦାବି ହୋଇଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031