Indus Valley Times

ଟଙ୍କା ଆଗରେ ସମ୍ପର୍କ ପାଲଟିଲା ତୁଚ୍ଛ: ଜନ୍ମ କଲା ବାପାଙ୍କୁ ମାରିବାକୁ ପଛାଇ ନାହାନ୍ତି ଝିଅଜ୍ୱାଇଁ

 Breaking News

ଟଙ୍କା ଆଗରେ ସମ୍ପର୍କ ପାଲଟିଲା ତୁଚ୍ଛ: ଜନ୍ମ କଲା ବାପାଙ୍କୁ ମାରିବାକୁ ପଛାଇ ନାହାନ୍ତି ଝିଅଜ୍ୱାଇଁ

ଟଙ୍କା ଆଗରେ ସମ୍ପର୍କ ପାଲଟିଲା ତୁଚ୍ଛ: ଜନ୍ମ କଲା ବାପାଙ୍କୁ ମାରିବାକୁ ପଛାଇ ନାହାନ୍ତି ଝିଅଜ୍ୱାଇଁ
August 14
10:29 2021

ଝାରସୁଗୁଡା, ୧୪/୮ : ଟଙ୍କା ଆଗରେ ସମ୍ପର୍କ ପାଲଟିଲା ତୁଚ୍ଛ। ଯିଏ ଜନ୍ମ ଦେଲା, ତାକୁ ବି ମାରିବାକୁ ପଛାଇଲେ ନାହାନ୍ତି ଝିଅ। ଏପରି ଏକ ନିନ୍ଦନୀୟ ଘଟଣା ଝାରରସୁଗୁଡା ସହରରେ ଦେଖିବାକୁ ମିଳିଛି।
ଏପରିକି ଟଙ୍କା ପାଇଁ ବାପାକୁ ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅଜ୍ୱାଇଁ । ସୌଭାଗ୍ୟବଶଃତ ବୃଦ୍ଧଜଣକ ବଞ୍ଚି ଯାଇଥିବା ବେଳେ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ପଳାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡା ସହର ନୂଆ କୋର୍ଟ ନିକଟରେ ଥିବା ଲେକଚର କଲୋନୀରେ ରୁହନ୍ତି କୈଲାସ ମେହର। କୈଳାସ ମାଂସ ବ୍ୟବସାୟ କରୁଥିବା ବେଳେ ଏକୁଟିଆ ରହୁଥିଲେ। ତାଙ୍କ ସ୍ତ୍ରୀ, ପୁଅ ବରଗଡ଼ରେ ରହୁଥିବା ବେଳେ ଝାରସୁଗୁଡା ସହରରେ ଅନ୍ୟତ୍ର ତାଙ୍କ ଏକ ଝିଅଜ୍ୱାଇଁ ରୁହନ୍ତି।
ଅନ୍ୟ ଏକ ଝିଅ ବିବାହ କରି ନ ଥିବା ବେଳେ ସେ କିନ୍ତୁ ନିଜ ବାପାଙ୍କଠାରୁ ଅଲଗା ରୁହନ୍ତି । ହେଲେ ଝିଅମାନେ ପୂର୍ବରୁ ବହୁ ଥର ବାପାଙ୍କୁ ଟଙ୍କା ମାଗି ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ।
ଗୁରୁବାର ରାତି ପ୍ରାୟ ୮ଟାରେ ହଠାତ୍ ଝିଅଜ୍ୱାଇଁ, ଅବିବାହିତ ଝିଅ ଓ ଅନ୍ୟ ଜଣେ ଯୁବକ ଘରେ ପହଞ୍ଚି କୈଳାସଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଟଙ୍କା ନ ଥିବା କୈଳାସ କହିବାରୁ ସେମାନଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିଲା। ଏହାପରେ ସେମାନେ କୈଳାସଙ୍କୁ ମାରପିଟ କରିବା ସହ ଘରେ ବନ୍ଦ କରି ପ୍ରେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ କରିଥିଲେ।
କୌଶଳ କ୍ରମେ କୈଳାସ ଘରୁ ବାହାରକୁ ଯାଇ ଫୋନ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ୍କୁ ଫୋନ୍ କରି ଘଟଣା ଜଣାଇଥିଲେ। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଏହି ଅଗ୍ନିକାଣ୍ଡରେ ଘରର ବହୁ ଜିନିଷପତ୍ର ପୋଡ଼ି ଯାଇଛି। ଏହି ଅଭିଯୋଗରେ ପୁଲିସ୍ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଏନେଇ କୈଳାସ ମେହେର କହିଛନ୍ତି, ମୋ ଝିଅଜ୍ୱାଇଁ ମୋତେ ମାରିଦେବାକୁ ପୂର୍ବରୁ ଧମକ ଦେଉଥିଲେ। ଗୁରୁବାର ଆସି ଘର ଭିତରେ ପଶାଇ ବାହାରେ ନିଆଁ ଲଗାଇ ଦେଲେ। ମୋ’ ଜୀବନପତ୍ର ବିପଦ ଅଛି। ମୁଁ ଭୟଭୀତ ହୋଇ ବଞ୍ଚୁଛି। ତେଣୁ ଜିନିଷପତ୍ର ନେଇ ଅନ୍ୟତ୍ର ପଳାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031