Indus Valley Times

ଟଙ୍କା ଠକେଇ: ଗାଜିଆବାଦ୍‌ରୁ ମା’-ପୁଅଙ୍କୁ ବାନ୍ଧିଲା ଓଡ଼ିଶା ସାଇବର ପୁଲିସ

 Breaking News

ଟଙ୍କା ଠକେଇ: ଗାଜିଆବାଦ୍‌ରୁ ମା’-ପୁଅଙ୍କୁ ବାନ୍ଧିଲା ଓଡ଼ିଶା ସାଇବର ପୁଲିସ

ଟଙ୍କା ଠକେଇ: ଗାଜିଆବାଦ୍‌ରୁ ମା’-ପୁଅଙ୍କୁ ବାନ୍ଧିଲା ଓଡ଼ିଶା ସାଇବର ପୁଲିସ
December 28
19:37 2024

ଭୁବନେଶ୍ୱର, ୨୮/୧୨: ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ସଫଳତା ମିଳିଛି । ୧ କୋଟି ୩୮ ଲକ୍ଷ ଟଙ୍କା ସାଇବର ଠକେଇ ଅଭିଯୋଗରେ ଦୁଇ ଜଣ ମାଆ ପୁଅଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ।
ସେମାନେ ହେଲେ ମାଆ ନିଲମ ଅଗ୍ରୱାଲ ଓ ପୁଅ ବଂଶ ଅଗ୍ରୱାଲ । ସେମାନଙ୍କୁ ଉତ୍ତର ପ୍ରଦେଶର ଗାଜିଆବାଦ ବିଜୟ ନଗର ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଗତକାଲି ଉଭୟଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।
୨୨ ମେ ୨୦୨୪ରେ ଭୁବନେଶ୍ୱରର ଜଣେ ବରିଷ୍ଠ ନାଗରିକଙ୍କଠାରୁ ୧,୩୭,୯୦,୦୦୦ କୋଟି ଟଙ୍କା ଠକେଇ ହୋଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ମାଆ ପୁଅଙ୍କୁ ଗିରଫ କରିଛି । ଠକେଇ ହୋଇଥିବା ଟଙ୍କା ୩ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ରଖାଯାଇଥିବା ଜଣାପଡ଼ିଥିଲା ।
ଏହା ସହିତ ୧ କୋଟି ୧୨ ଲକ୍ଷ ଟଙ୍କା ବଂଶୀଲ ସପ୍ଟୱେୟାର ପ୍ରା.ଲି. ନାମକ କମ୍ପାନୀ ଆକାଉଣ୍ଟରୁ ମଧ୍ୟ ଜବତ ହୋଇଛି । ଗିରଫ ମାଆ-ପୁଅଙ୍କର ଏସବିଆଇ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକାଧିକ ଆକାଉଣ୍ଟ ଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031