Indus Valley Times

ଟାଉନ୍ ହଲ ଠାରେ ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପଖାଳ ପରବ ଆୟୋଜିତ

 Breaking News

ଟାଉନ୍ ହଲ ଠାରେ ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପଖାଳ ପରବ ଆୟୋଜିତ

ଟାଉନ୍ ହଲ ଠାରେ ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପଖାଳ ପରବ ଆୟୋଜିତ
March 20
22:02 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୩ : ଶନିବାର ଦିନ ୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ବ ପଖାଳ ଦିବସ ଅବସରରେ ପଖାଳ ପରବ ଅନୁଷ୍ଠିତ ହୋଇ ଯାଇଛି ।
ଭୁବନେଶ୍ବର ସ୍ଥିତ ପାନ୍ଥ ନିବାସ ଠାରେ ରାଜ୍ୟ ସ୍ତରୀୟ ପଖାଳ ପରବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ତାର ସିଧା ପ୍ରସାରଣ ହୋଇଥିଲା ।
ବୌଦ୍ଧ ଟାଉନ ହଲ୍ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ପଖାଳ ପରବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ତହସିଲଦାର ଅନୀତା କୁମାରୀ ସାହୁ, ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପରେ ସମସ୍ତେ ପଖାଳ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭୋଜନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031