Indus Valley Times

ଟାଙ୍ଗରପାଲି ଜଙ୍ଗଲରୁ ୧୨୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ମୋବାଇଲ୍ ସ୍କ୍ୱାଡ

 Breaking News

ଟାଙ୍ଗରପାଲି ଜଙ୍ଗଲରୁ ୧୨୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ମୋବାଇଲ୍ ସ୍କ୍ୱାଡ

May 11
11:12 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୫ : ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ୱାଡ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ବୌଦ୍ଧ ଥାନା ଟାଙ୍ଗର ପାଲି ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଜବତ କରାଯାଇଛି ।ଆରକ୍ଷୀ ଅଧୀକ୍ଷକ ଶାନ୍ତି ମାରାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗର ପାଲି ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରା ଯାଇଥିଲା ।
ସେଠାରେ ଚାଲାଣ ପାଇଁ ଗଛିତ ରଖା ଯାଇଥିବା ୧୨୦ କେଜି ଗଞ୍ଜେଇକୁ ଜବତ କରା ଯାଇଥିଲା । ଏ ସମ୍ପର୍କରେ ପି.ଆର. ନଂ ୩୪/୨୦୨୬-୨୭ ରେ NDPSଆକ୍ଟରେ ଏକ ମାମଲା ରୁଜୁ କରା ଯାଇଥିବା ସୂଚନା ମିଳିଛି ।
ମୋବାଇଲ୍ ସ୍କ୍ୱାଡ ଇନ୍ସପେକ୍ଟର ସୁଧୀର କୁମାର୍ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢାଉରେ ସବ୍ ଇନ୍ସପେକ୍ଟର ସତ୍ୟ ନାରାୟଣ ପ୍ରଧାନ, କନେଷ୍ଟବଳ ଅଞ୍ଜଳି ଅମାତ୍, ସତ୍ୟ ନନ୍ଦନ ମୁଖି, ପ୍ରଫୁଲ୍ଲ ଭୋକ୍ତା ସାମିଲ୍ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031