Indus Valley Times

ଟିକା ସାର୍ଟିଫିକେଟ୍ ସମ୍ବନ୍ଧରେ ‘କୋୱିନ୍ ଆପ୍’ ନିର୍ମାତାଙ୍କ ଆଲୋଚନା ଚାଲିଛି: ବ୍ରିଟିସ୍ ହାଇକମିସନ୍

 Breaking News

ଟିକା ସାର୍ଟିଫିକେଟ୍ ସମ୍ବନ୍ଧରେ ‘କୋୱିନ୍ ଆପ୍’ ନିର୍ମାତାଙ୍କ ଆଲୋଚନା ଚାଲିଛି: ବ୍ରିଟିସ୍ ହାଇକମିସନ୍

September 23
12:55 2021

ନୂଆଦିଲ୍ଲୀ,୨୩/୯: ‘କୋଭିସିଲ୍ଡ୍’ ସମସ୍ୟା ନୁହେଁ ବୋଲି ଇଂଲଣ୍ଡ ନିଃସନ୍ଦେହ, ଏବଂ ଟିକା ସାର୍ଟିଫିକେଟ୍ ସମ୍ବନ୍ଧରେ ‘କୋୱିନ୍ ଆପ୍’ ନିର୍ମାତାଙ୍କ ସହ ଆଲୋଚନା ଚାଲିଥିବା କଥା ଭାରତସ୍ଥିତ ବ୍ରିଟିସ୍ ହାଇକମିସନର୍ ଆଲେକ୍ସ୍ ଏଲିସ୍ କହିଛନ୍ତି।
ସେ କହିଛନ୍ତି, ‘କୋଭିସିଲ୍ଡ୍’ ସମସ୍ୟା ନୁହେଁ ବୋଲି ଆମେ ସୁନିଶ୍ଚିତ। ପର‌୍ୟ୍ୟଟନ ନିମନ୍ତେ ଇଂଲଣ୍ଡ୍ ଉନ୍ମୁକ୍ତ। ପର‌୍ୟ୍ୟଟକ, ବ୍ୟବସାୟୀ କିମ୍ବା ଶିକ୍ଷାର୍ଥୀ ହୁଅନ୍ତୁ, ଭାରତରୁ ଅନେକ ବ୍ୟକ୍ତି ଇଂଲଣ୍ଡ୍ ଯାତ୍ରା କରୁଥିବା କଥା ଆମେ ଜାଣି ସାରିଲୁଣି।
‘କୋୱିନ୍ ଆପ୍ ଏବଂ ‘ଏନ୍ଏଚ୍ଏସ୍ ଆପ୍’ର ନିର୍ମାତାଙ୍କ ସହ ଆମେ ଟିକା ପ୍ରମାଣପତ୍ର ସମ୍ବନ୍ଧରେ ସବିଶେଷ ବୈଷୟିକ ଆଲୋଚନା କରୁଛୁ। ଦୁଇ ଦେଶ ଜାରି କରିଥିବା ଟିକା ପ୍ରମାଣପତ୍ରକୁ ପାରସ୍ପରିକ ସ୍ବୀକୃତି ଦେବା ପାଇଁ ସୁନିଶ୍ଚିତ ହେବା ସକାଶେ ଉପରୋକ୍ତ ଆଲୋଚନା ବଡ଼ ଦ୍ରୁତ ବେଗରେ ଆଗେଇ ଚାଲିଛି।
ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୧ ଜୁନ୍ରେ ଶେଷ ହୋଇଥିବା ବର୍ଷ ସୁଦ୍ଧା ୬୨,୫୦୦ ଶିକ୍ଷାର୍ଥୀ ଭିସା ମଞ୍ଜୁର କରାଯାଇଛି। ଗତବର୍ଷ ତୁଳନାରେ ଏହା ପ୍ରାୟ ୩୦% ଅଧିକ। ପର‌୍ୟ୍ୟଟନ ପ୍ରକ୍ରିୟାକୁ ଆମେ ଯଥା ସମ୍ଭବ ସରଳ କରିବାକୁ ଚାହୁଁଛୁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031