Indus Valley Times

ଟିଟିଲାଗଡ଼: ୧୦ ହଜାର ଟଙ୍କାରେ ପୁଅକୁ ବିକିଲା ମା’!

 Breaking News

ଟିଟିଲାଗଡ଼: ୧୦ ହଜାର ଟଙ୍କାରେ ପୁଅକୁ ବିକିଲା ମା’!

ଟିଟିଲାଗଡ଼: ୧୦ ହଜାର ଟଙ୍କାରେ ପୁଅକୁ ବିକିଲା ମା’!
July 28
10:23 2023

ବଲାଙ୍ଗିର,୨୮/୭: ମରିଗଲା ମା’ର ମମତା। ଟଙ୍କା ପାଇଁ ମା’ ପାଲଟିଲା ପିଶାଚ। ଯାହାକୁ ଦୁନିଆର ଆଲୋକ ଦେଖାଇଥିଲା, ନିଜ ଗର୍ଭରୁ ଜନ୍ମ ଦେଇଥିଲା ସେହି ଶିଶୁପୁତ୍ରକୁ ସାମାନ୍ୟ କେତେଟା ଟଙ୍କା ପାଇଁ ଅନ୍ୟ ହାତକୁ ଟେକିଦେଲା।
ମାତ୍ର ୧୦ହଜାର ଟଙ୍କା ପାଇଁ ଜନ୍ମର କିଛି ବର୍ଷ ପରେ କଅଁଳ ଛୁଆଟିକୁ ବିକ୍ରି କରିଦେଲା ମା’। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ।
ଅଭିଯୋଗ ଅନୁସାରେ, ଟିଟିଲାଗଡ଼ ସହର ପଦ୍ମନାଭପୁରରେ ରହୁଥିବା ଅକ୍ଷୟ ପଟେଲ ଗତ କିଛି ବର୍ଷ ପୂର୍ବରୁ ମାନସୀ ବାଗଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଅଢ଼େଇ ବର୍ଷର ଶିଶୁ ପୁତ୍ର ଥିଲା।
କୌଣସି କାରଣ ପାଇଁ ମାନସୀ ଓ ଅକ୍ଷୟ ଉଭୟ ଅଲଗା ହୋଇଯାଇଥିଲେ। ମାନସୀ ନିଜ ବାପ ଘରେ ରହୁଥିବା ବେଳେ ଅକ୍ଷୟ ପୁଅକୁ ନେଇ ନିଜ ଘରେ ରହୁଥିଲେ। ଶିଶୁ ପୁତ୍ରଟି ନିଜ ବାପା ପାଖରେ ରହି ଆସୁଥିଲା।
ଅକ୍ଷୟଙ୍କ ଭଉଣୀ ଛୁଆଟିର ଯତ୍ନ ନେଉଥିଲେ। ୪ରୁ ୫ଦିନ ତଳେ ହଠାତ୍ ଗୋଟେ ଦିନ ମାନସୀ ଅକ୍ଷୟଙ୍କ ପାଖକୁ ଆସି ନିଜ ଛୁଆକୁ ବୁଲାଇ ଆଣିବେ କହି ନେଇଯାଇଥିଲେ। ପରେ ଆଉ ଛୁଆକୁ ନେଇ ଅକ୍ଷୟଙ୍କ ଘରକୁ ମାନସୀ ଫେରିନଥିଲେ।
ଅକ୍ଷୟ ମାନସୀଙ୍କୁ ପୁଅ ବିଷୟରେ ପଚାରିବାରୁ ସେ ମଧ୍ୟ କିଛି କହିନଥିଲେ। ପୁଅକୁ ମାନସୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର କପିଲ ବାଗଙ୍କୁ ୧୦୦୦ ଟଙ୍କାରେ ବିକ୍ରି କରିଦେଇଥିବା ଅକ୍ଷୟ ଖବର ପାଇଥିଲେ।
ଏନେଇ ଅକ୍ଷୟ ଓ ତାଙ୍କ ସମ୍ପର୍କୀୟ ଗତକାଲି ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଟିଟିଲାଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମାନସୀ ନିଜ ପୁଅକୁ ବିକ୍ରି କରଦେଇଥିବା ସ୍ୱୀକାର କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30