Indus Valley Times

ଟିପିଏନଓଡ଼ିଏଲ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ

 Breaking News

ଟିପିଏନଓଡ଼ିଏଲ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ

ଟିପିଏନଓଡ଼ିଏଲ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ
June 21
20:33 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୨୧/୬ : ଟିପିଏନଓଡ଼ିଏଲ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ଟିପିଏନଓଡ଼ିଏଲ କର୍ପୋରେଟ୍ କାର୍ଯ୍ୟାଳୟରେ ଇଞ୍ଜିନିୟର-ଇନ-ଚିଫ୍ ଶରତ ଚନ୍ଦ୍ର ମହାଳିକଙ୍କ ତତ୍ବାବଧାନରେ ଯୋଗ ଦିବସ ପାଳିତ ହୋଇଥିବାବେଳେ ସେ ଯୋଗ ଓ ପ୍ରାଣାୟମର ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହ ବିଭିନ୍ନ ଯୋଗାସାନ କର୍ମଚାରୀଙ୍କୁ ଶିଖାଇ ଥିଲେ।
ସେ ଦର୍ଶାଇଥିଲେ ଯେ, ଶରୀର ଓ ମନର ଶାନ୍ତି ପାଇଁ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୋଗ କରିବା ଶରୀରକୁ ସୁସ୍ଥ ରଖେ। ଯୋଗ ମଧ୍ୟ ମାନବ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।
ଦୈନିକ ଯୋଗ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ରୋଗ ଦୂରରେ ରହିଥାଏ ଓ ଜୀବନଶୈଳୀରେ ଉପୁଜୁଥିବା ସମସ୍ୟାକୁ ଯୋଗ ସହିତ ଦୂର କରାଯାଇପାରିବ।
ଯୋଗ କରିବା ଦ୍ୱାରା ଶରୀର ଶକ୍ତିଶାଳୀ ହୁଏ। ଯୋଗ ଶାରୀରିକ ଏବଂ ମାନସିକ ଶକ୍ତି ବୃଦ୍ଧି କରେ। ଯୋଗ କରୁଥିବା ଲୋକମାନେ ଫିଟ୍ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ଦୃଷ୍ଟିରୁ ଅନ୍ୟ ଲୋକଙ୍କ ଅପେକ୍ଷା ଭଲ। ଏହାକୁ ଦୃଷ୍ଟିରେ ରଖି ଅନ୍ୟ ଲୋକମାନେ ମଧ୍ୟ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ବୋଲି ସେ କହିଥିଲେ।
ସେହିପରି ବାଲେଶ୍ଵର, ଭଦ୍ରକ, ବାରିପଦା, କେନ୍ଦୁଝର ଓ ଯାଜପୁରର ସର୍କଲ ସମେତ ଅନ୍ୟ ଡିଭିଜନ ଓ ସେକ୍ସନ କାର୍ଯ୍ୟାଳୟ ସ୍ତରରେ କର୍ମଚାରୀମାନେ ଏକତ୍ରିତ ହୋଇ ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031